ଓଡ଼ିଶା ବାହାରେ ଥିବା ୧୦୩ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି। ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍ ସୋସାଇଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି.ଏସ୍.କେ.ୱାଇ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟ ବାହାରେ ଥିବା ଉଚ୍ଚମାନର ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବି.ଏସ୍.କେ.ୱାଇ ତାଲିକା ଅନ୍ତର୍ଭୁକ୍ତ କାଯାଇଛି । ଏଗୁଡ଼ିକ ମଧ୍ୟରେ ତାମିଲନାଡ଼ୁର ଖ୍ରୀଷ୍ଟିଆନ୍ ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନ୍ସର ଫାଉଣ୍ଡେସନ୍, କଲିକତାର ଟାଟା ମେଡିକାଲ୍ ସେଣ୍ଟର, ଭାଇଜାକ୍ ଓ ସଙ୍ଗୁରରେ ଥିବା ହୋମି ବାବା କ୍ୟାନ୍ସର ପ୍ରତିଷ୍ଠାନ, ବାରଣାସୀର ଏଚ୍. ବି. କ୍ୟାନ୍ସର ହସ୍ପିଟାଲ୍ ଏବଂ ମହାନାନା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ର, ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଏବଂ କର୍କଟ ଚିକିତ୍ସା ଗବେଷଣଶ ଓ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ହସ୍ପିଟାଲ୍ ଆଦି ଅନ୍ତର୍ଭୁକ୍ତ ।
ଚେନ୍ନାଇ, ଦିଲ୍ଲୀ, ଡେହେରାଡୁନ୍, ଭାସୀ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଅମ୍ରିତସର, ଫରିଦାବାଦ୍, ଗୁର୍ଗାଁଓ, ଯାଜପୁର, ନଇଡା, ଲୁଧିଆନା, ନୂଆଦିଲ୍ଲୀ, ପଞ୍ଜାବ ଆଦି ସ୍ଥାନରେ ପ୍ରତିଷ୍ଠିତ ଫୋର୍ଟିସ୍ ଗ୍ରୁପ୍ ର ୨୪ଟି ହସ୍ପିଟାଲ୍କୁ ମଧ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ବେଙ୍ଗାଲୁରୁ ମୁମ୍ବାଇ, ରାୟପୁର, କୋଲକାତା ଏବଂ ଜାମ୍ସେଦ୍ପୁର ରେ ଥିବା ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେସାଲିଟି ହାର୍ଟ ହସ୍ପିଟାଲକୁ ଚଳିତବର୍ଷ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି। ଓ.ଏସ୍.ଟି.ଏଫ୍ ଗ୍ରୁପ୍ ର ୧୩ ଟି ହସ୍ପିଟାଲ୍ ମଧ୍ୟ ବି.ଏସ୍.କେ.ୱାଇ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମଧ୍ୟରୁ ବିଶାଖାପାଟନାମରେ ୭ଟି, ରାୟପୁରରେ ୩ଟି ଏବଂ ସୁରାଟରେ ୩ଟି ହସ୍ପିଟାଲ୍ କାର୍ଯ୍ୟକରୁଛି ।
ଏହାଛଡ଼ା ବିଶାଖାପାଟନମର ଏ.ଏନ୍.ହସ୍ପିଟାଲ୍, କୁଇନ୍ସ୍ ଆର୍.ଏନ୍.ଆଇ. ହସ୍ପିଟାଲ୍, ସାଗର ଦୁର୍ଗା ହସ୍ପିଟାଲ୍, ବିଜେଥା ହସ୍ପିଟାଲ୍, ଏମ୍.ବି.ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍, କିମ୍ସ୍ ଆଇକନ୍ ହସ୍ପିଟାଲ୍, ଜି.ଜେ. ହସ୍ପିଟାଲ୍, ଜିଗ୍ଲ୍ସ୍ ଆଣ୍ଡ ଓମ୍ନି ମହିଳା ଓ ଶିଶୁ ହସ୍ପିଟାଲ୍, ଗୀତମ୍ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ, ଆୟୁଷ୍ମାନ୍ ହସ୍ପିଟାଲ୍ ଏବଂ ମେଡିକଭର ହସ୍ପିଟାଲ୍ ଆଦିକୁ ବି.ଏସ୍.କେ.ୱାଇ ତାଲିକାଭୁକ୍ତ କରାଯାଇଛି ।
ସେହିପରି ରାୟପୁରସ୍ଥିତ ୨୧ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍, ସୁରାଟସ୍ଥିତ ୨ ଟି, ଶିରକାକୁଲମର ୨ଟି, କୋଲକାତାର ୧ଟି, ମଦୁରାଇର ୧ ଟି, ହାଇଦ୍ରାବାଦର ୧ଟି, ଛତିଶଗଡ଼ର ୧ଟି, ରାଇଗଡ଼ର ୧ ଟି, ଦ୍ୱାରକାନଗରର ବଟି, ବିଜିଆନଗରମ୍ର ୨ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ତାଲିକା ଭୁକ୍ତ କରାଯାଇଛି ।
ଚଳିତ ବର୍ଷ ନଭେମ୍ବର ମାସରେ ଏହିସବୁ ହସ୍ପିଟାଲରେ ୪୫୦୦ ଜଣ ଓଡ଼ିଆ ଲୋକ ଦେୟ ମୁକ୍ତ ଚିକିତ୍ସା ପାଇଛନ୍ତି । ଏଥିପାଇଁ ରାଜ୍ୟସରକାର ୧୧.୨୬ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ଜନୁଆରୀ ରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୨୮,୦୦୦ ଓଡ଼ିଆଙ୍କର ବାହାର ରାଜ୍ୟର ହସ୍ପିଟାଲ୍ ମାନଙ୍କରେ ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ପ୍ରାୟ ୩୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ବୋଲି ସୋସାଇଟିର ଆର୍ଥିକ ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ ଜଣାଇଥିଲେ।