ଦେବୀଙ୍କ ମନ୍ଦିରର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ
କାଙ୍ଗ୍ରା: ଦେଶରେ ଦୁଇ ହଜାର ଟଙ୍କିଆ ନୋଟ୍ ବନ୍ଦ ହେବା ନେଇ ସୂଚନା ମିଳିବା ପରେ ଦେବୀଙ୍କ ମନ୍ଦିରର ୮ ଲକ୍ଷ ଟଙ୍କା ଦାନ କଲେ ଅଜ୍ଞାତ ଭକ୍ତ । ହିମାଚଳ ପ୍ରଦେଶର ମା ଜ୍ୱାଲାମୁଖୀ ମନ୍ଦିରରେ ଜଣେ ଶ୍ରଦ୍ଧାଳୁ ଦୁଇ ହଜାର ଟଙ୍କିଆ ୪୦୦ ନୋଟ୍ ଚଢାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ନଗର ପରିଷଦ ଜ୍ୱାଲାମୁଖୀର ଅଧ୍ୟକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି, ସେପ୍ଟେମ୍ବର ଯାଏଁ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟକୁ ପରିବର୍ତ୍ତନ କରାଯାଇପାରିବ । ଏଭଳି ସମୟରେ ଦାନ ହୋଇଥିବା ଟଙ୍କା ମନ୍ଦିରର ବିକାଶ କାମରେ ଲାଗିପାରିବ । ତେବେ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି କାଙ୍ଗ୍ରା ଡିସି ନିପୁଣ ଜିନ୍ଦଲ।
ଗତ ମେ ମାସରେ ଭାରତୀୟ ସେନାର ଡୋଗରା ରେଜିମେଣ୍ଟର ୨୦ ତମ ବାଟାଲିୟନ୍ ର ଅଧିକାରୀ ଓ ଯବାନ ମାନେ ମନ୍ଦିରର ସ୍ମୃତି ଚିହ୍ନ ଭାବେ ୪୦୦ କିଲୋଗ୍ରାମର ପିତଳ ଧାତୁର ଦୁଇଟି ସିଂହ ଦାନ କରିଥିଲେ । ସ୍ମୃତି ଚିହ୍ନର ସ୍ଥାପନା ସମୟରେ ଡୋଗରା ରେଜିମେଣ୍ଟର ବହୁ ଅଧିକାରୀ ଉପସ୍ଥିତ ଥିଲେ ।