ଆଜି ମହାପ୍ରଭୁଙ୍କର ପବିତ୍ର ନବଯୌବନ ଦର୍ଶନ

ପୁରୀ:  ଅନବସର ଗୁପ୍ତନୀତି ଶେଷ ପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ସକାଳ ୮ ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ କରାଯାଇଛି । ୯ଟା ରୁ ୧୧ଟା ଦୁଇ ଘଣ୍ଟା ଧରି ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହୋଇଛି।

ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି। ପୂର୍ବାହ୍ନ 11ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେଉଛି। ଭକ୍ତ କେବଳ ବେଢା ପରିକ୍ରମା ସହ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି ।

୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି ।

Related Articles

Back to top button