
ସଲମାନଙ୍କ ପରେ ଭିକି-କ୍ୟାଟ୍ରିନାଙ୍କ ମିଳିଲା ହତ୍ୟା ଧମକ, ମାମଲା ରୁଜୁ କଲା ମୁମ୍ବାଇ ପୋଲିସ୍
ମୁମ୍ବାଇ: ବଲିଉଡ ପପୁଲାର କପଲ୍ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ। ସମଲାନଙ୍କ ପରେ ଏବେ ଏହି କପଲ୍ଙ୍କୁ ମିଳିଛି ଜୀବନରୁ ମାରି ପାଇଁ ଧମକ । କ୍ୟାଟ୍ରିନା ଏବଂ ଭିକିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମିଳିଛି ହତ୍ୟା ଧମକ। ଏହି ଖବର ଶୂଣିବା ପରେ ତାଙ୍କ ଫ୍ୟାନ୍ସଙ୍କର ବଢି ଯାଇଛି ଚିନ୍ତା।
ମୁମ୍ବାଇ ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏବେ ହତ୍ୟା ଧମକ କିଏ ଏବଂ କାହିଁକି ଦେଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
କହିବାକୁ ଗଲେ ଉଭୟ କଳାକାର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ପ୍ରଶଂସକଙ୍କ ପାଇଁ ସେମାନଙ୍କର ପର୍ସନାଲ ଠାରୁ ଆରମ୍ଭ କରି ପ୍ରୋଫେସନାଲ ଯାଏଁ ଏବଂ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ଦୀର୍ଘ ସମୟ ଧରି ରିଲେସନସିପ୍ରେ ରହିବା ପରେ ଦୁହେଁ ବିବାହ କରିଥିଲେ। କହିବାକୁ ଗଲେ ନିକଟରେ କ୍ୟାଟ୍ରିନା ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଭିକିଙ୍କ ସହ ମାଲଦ୍ୱୀପ ଯାଇଥିଲେ ।