ଫିଲ୍ମ ‘ଭେଡିଆ’କୁ ନେଇ ଟ୍ରୋଲ ହେଲେ ବରଣୁ ଧଓ୍ୱନ

ମୁମ୍ବାଇ: ବରୁଣ ଧୱନଙ୍କ ଫିଲ୍ମ ‘ଭେଡିଆ’ର ଟ୍ରେଲର ରିଲିଜ ହୋଇଛି। ୨ ମିନିଟ ୫୫ ସେକେଣ୍ଡର ଟ୍ରେଲରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ବରୁଣଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଅଭିଷେକ ବାନାର୍ଜୀ ଏବଂ ଦୀପକ ଡୋବ୍ରିଆଲ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ଭରପୁର କମେଡି ଦେଖିବାକୁ ମିଳୁଥିବା ବେଳେ ଫିଲ୍ମରେ ଆକ୍ସନ ମଧ୍ୟ ରହିଛି। ସୋସିଆଲ ମିଡିଆରେ ଏହାର ଟ୍ରେଲର ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ପଟେ ଫିଲ୍ମର ଟ୍ରେଲରକୁ ଲୋକମାନେ ପସନ୍ଦ କରୁଥିବାବେଳେ କିଛି ଲୋକ ୩୦ ବର୍ଷ ପୂର୍ବେ ଆସିଥିବା ରାହୁଲ ରୟଙ୍କ ଫିଲ୍ମ ‘ଜୁନୁନ୍’ ସହିତ ଏହାକୁ ତୁଳନା କରିଛନ୍ତି। ଟ୍ରେଲର ରିଲିଜ ହେବା ମାତ୍ରେ ଫିଲ୍ମ ଅଭିନେତା କମଲ ଆର ଖାନ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଭେଡିଆ ବରୁଣ ଧୱନଙ୍କୁ କାମୁଡ଼ିଛି, ତେଣୁ ବର୍ତ୍ତମାନ ଲୋକଙ୍କୁ କାମୁଡ଼ିବା ପାଇଁ ବରୁଣ ରାତିରେ ଭେଡିଆରେ ପରିଣତ ହେଉଛନ୍ତି।

“ଭେଡିଆ ଭୂତ ଥିଲା କି? ୩୦ ବର୍ଷ ପୂର୍ବେ ରାହୁଲ ରୟଙ୍କ ଫିଲ୍ମ ‘ଜୁନୁନ୍’ ମୁକ୍ତିଲାଭ କରିଥିଲା ​​ଏବଂ ଏହା ସୁପରଡୁପର ହିଟ ହୋଇଥିଲା। ଫିଲ୍ମରେ ରାହୁଲ ରାତିରେ ବାଘ ହୋଇ ଯାଉଥିଲେ। ଅର୍ଥ ୩୦ ବର୍ଷ ପରେ ବରୁଣ ରାହୁଲଙ୍କ ସ୍ଥାନ ନେଇଛନ୍ତି। KRK ର ଟ୍ୱିଟରେ ଅନେକ ଲୋକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଏହି ଚଳଚ୍ଚିତ୍ରକୁ ହଲିଉଡ ୱେବ୍ ସିରିଜର କପି ବୋଲି କହିଥିଲେ। ଅନ୍ୟ କିଛି ୟୁଜର୍ସ କହିଥିଲେ ଯେ ଏହା ଏକ ସୁପର ଡୁପର ଫ୍ଲପ୍ ହେବ ନିଶ୍ଚିତ।

ଏହି ଚଳଚ୍ଚିତ୍ରରେ VFX ବ୍ୟବହୃତ ହୋଇଛି। ଚଳଚ୍ଚିତ୍ରରେ କ୍ରିଏଟିଭ କମେଡିର ଆଉ ଏକ ରୋମାଞ୍ଚକର ଝଲକ ଦେଖିବାକୁ ମିଳିବ। ଏହା ଏକ ସସପେନ୍ସ ଥ୍ରୀଲର ବୋଲି ମଧ୍ୟ କୁହାଯାଉଛି। ଟ୍ରେଲର ଦେଖି ବରୁଣ ଧୱନ ଏବଂ କ୍ରିତିଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଫିଲ୍ମର ଟିଜରକୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ। ବରୁଣ ଧୱନଙ୍କ ଏହି ଭୟଙ୍କର ଥ୍ରୀଲର ନଭେମ୍ବର ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ହିନ୍ଦୀ ବେଲ୍ଟ ବ୍ୟତୀତ ଏହା ତୁଲୁଗୁ ଏବଂ ତାମିଲରେ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଏହି ଫିଲ୍ମ 2D ଏବଂ 3D ରେ ରିଲିଜ ହେବାକୁ ଯାଉଛି।

Related Articles

Back to top button