ମୋଦୀଙ୍କ ପାଦ ଛୁଇଁଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ

ମୋଦୀଙ୍କ ପାଇଁ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । ବିଶ୍ୱରେ ବଢୁଛି ଭାରତୀୟ ପରମ୍ପରା ତଥା ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତା । ପପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳିଛି ଭାରତୀୟ ସଂସ୍କୃତିର ଝଲକ । ଜାପାନ ପରେ ପପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପୋର୍ଟ ମୋରେସବିରେ ତାଙ୍କୁ ଗର୍ଡ଼ ଅଫ୍ ଅନର୍ ଦିଆଯିବା ସହ ଭବ୍ୟ ସ୍ୱାଗତ କରାଯାଇଛି । ଏଥିସହିତ ମୋଦୀଙ୍କ ପାଦ ଛୁଇଁ ଆଶ୍ରୀବାଦ ନେଇଥିଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ଏହି ସମୟରେ ମୋଦୀ ତାଙ୍କୁ ଉଠାଇ ଆଲିଙ୍ଗନ କରି ପିଠି ଥାପୁଡ଼ାଇ ଥିଲେ । ତେବେ ଉଭୟ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁତ୍ୱର ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ପପୁଆ ନ୍ୟୁ ଗିନିର ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତପରେ ଏହି ଦେଶରେ କୌଣସି ଅତିଥିଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯାଏ ନାହିଁ । କିନ୍ତୁ ପ୍ରଥମ ଥର ପାଇଁ ଏହି ଦେଶ ମୋଦୀଙ୍କ ପାଇଁ ନିଜର ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗିଛି । ଯାହାକି ଏକ ଗରୁତ୍ୱପୂର୍ଣ୍ଣ ବିଷୟ । ମୋଦୀ ପହଞ୍ଚିବା ପରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମଧ୍ୟରେ ନରହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ସେମାନେ ମୋଦୀଙ୍କ ସହ ହାତ ମିଶାଇବା ସହ ସେଲଫୀ ମଧ୍ୟ ନେଇଥିଲେ । ତେବେ ଏଥିରୁ ସହଜରେ ଅନୁମାନ କରାଯାଇପାରେ ମୋଦୀଙ୍କ ଦବଦବା ବିଦେଶରେ କିପରି ରହିଛି ।

ପ୍ରଧାନମନ୍ତ୍ରୀ ଭାବରେ ପପୁଆ ନ୍ୟୁ ଗିନି ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ । ତେବେ ଏହି ଗସ୍ତ ସମ୍ପର୍କରେ ମଧ୍ୟ ମୋଦୀ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ବିମାନ ବନ୍ଦରକୁ ଆସି ମୋତେ ଭବ୍ୟ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ଜେମ୍ସ ମାରପେଙ୍କୁ ଧନ୍ୟବାଦ ଦେଉଛି । ଏହା ଏକ ବିଶେଷ ମୁହୂର୍ତ୍ତ ଯାହାକୁ ମୁଁ ସବୁବେଳେ ମନେ ରଖିବି । ମୋର ଏହି ଗସ୍ତ ସମୟରେ ମୁଁ ଏହି ମହାନ ରାଷ୍ଟ୍ର ସହ ଭାରତର ବନ୍ଧୁତାକୁ ବଢାଇବାକୁ ଆଶା କରୁଛି ।

ମେ ୨୨ରେ ମୋଦୀ ତାଙ୍କ ପ୍ରତିପକ୍ଷ ଜେମ୍ସ ମାରାପେଙ୍କ ସହ ମିଳିତ ଭାବେ ଫୋରମ୍ ଅଫ୍ ଇଣ୍ଡିଆ – ପାସିଫିକ୍ ଆଇସଲ୍ୟାଣ୍ଡ୍ କୋଅପରେସନ୍ (Forum for India–Pacific Islands Cooperation) ର ତୃତୀୟ ଶିଖର ସମ୍ମିଳନୀ ସମ୍ବୋଧିତ କରିବା ସହ ନେତୃତ୍ୱ ନେବେ । ସେ ଜି-୭ ବୈଠକରେଯୋଗ ଦେଇଥିଲେ ଏବଂ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

୨୦୧୪ ରେ ଫିଜି ଗସ୍ତ ସମୟରେ FIPIC ଆରମ୍ଭ କରାଯାଇଥିଲା । ସାଧାରଣତ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ସମସ୍ତେ କ୍ୱଚିତ୍ ଏକତ୍ର ହୁଅନ୍ତି । ସାଧାରତଃ PIC କୁକ୍ ଦ୍ୱୀପପୁଞ୍ଜ, ଫିଜି, କିରିବାଟି, ମାର୍ଶଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆ, ନାଉରୁ, ନିୟୁ, ପାଲା, ପାପୁଆ ନ୍ୟୁ ଗିନି, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜ, ଟୋଙ୍ଗା, ଟୁଭାଲୁ ଏବଂ ଭାନୁଆଟୁ ଅନ୍ତର୍ଭୁକ୍ତ କରେ । ମୋଦୀ ମାରାପେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ଏବଂ ପାପୁଆ ନ୍ୟୁ ଗିନିର ଗଭର୍ଣ୍ଣର ଜେନେରାଲ୍ ବବ୍ ଦାଦାଙ୍କୁ ଭେଟିବେ। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସଙ୍କୁ ମଧ୍ୟ ଭେଟିବେ।

Related Articles

Back to top button