ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ବହୁ ପଦବୀ ଖାଲି, ଶୀଘ୍ର ହେବ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୮୩୦୦୦ ରୁ ଅଧିକ ପଦବୀ ଖାଲି ଅଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ସିଏପିଏଫ ଏବଂ ଆସାମ ରାଇଫଲରେ ମୋଟ ୧୦୧୫୨୩୭ ପଦବୀ ମଞ୍ଜୁର ହୋଇଛି । ଏଥିମଧ୍ୟରୁ ୮୩୧୨୭ ଟି ପଦବୀ ଖାଲି ଅଛି । ଏହା ବ୍ୟତୀତ ୬୪୪୪୪ ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ବିଭିନ୍ନ ପର୍ଯ୍ୟାୟରେ ରହିଛି । ଏହାର ପ୍ରକ୍ରିୟା କେବଳ ୨୦୨୩ ରେ ଶେଷ ହେବ ।

ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଙ୍ଗଳବାର ଲୋକସଭାରେ ପଚରାଯାଇଥିଲା ଯେ ସିଏପିଏଫ ଗୁଡ଼ିକରେ ପଦବୀ ଖାଲି ଥିବାରୁ କର୍ମଚାରୀଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ୁଛି କି? ଏହା ଉପରେ ସେ କହିଛନ୍ତି ଯେ, ଖାଲି ପଡ଼ିଥିବାରୁ ବିଦ୍ୟମାନ କର୍ମଚାରୀଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ୁଛି ବୋଲି କହିବା ଭୁଲ ହେବ ନାହିଁ । ସିଏପିଏଫ୍ ଏବଂ ଆସାମ ରାଇଫଲରେ ଖାଲିଥିବା ପଦବୀକୁ ଶୀଘ୍ର ପୂରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଖାଲିଥିବା ପଦବୀ ପୂରଣ ଏକ ନିରନ୍ତର ପ୍ରକ୍ରିୟା । ମନ୍ତ୍ରଣାଳୟ, କେନ୍ଦ୍ର ଜନସେବା ଆୟୋଗ, କର୍ମଚାରୀ ଚୟନ ଆୟୋଗ ଏବଂ ଆନୁସଙ୍ଗିକ ବାହିନୀ ମାଧ୍ୟମରେ ଶୀଘ୍ର ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି । ସେ କହିଛନ୍ତି ଯେ, ଜୁଲାଇ ୨୦୨୨ ରୁ ଜୁଲାଇ ୨୦୨୩ ମଧ୍ୟରେ ସମୁଦାୟ ୩୨ ହଜାର ୧୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ବ୍ୟତୀତ ୬୪୪୪୪ ପଦବୀ ଖାଲି ପଡିଛି ।

Related Articles

Back to top button