ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ବଡ଼ ବୟାନ : ପାକିସ୍ତାନରୁ ଆସୁଛନ୍ତି ୮୦ ପ୍ରତିଶତ ଆତଙ୍କବାଦୀ

ଜାନୁଆରୀ ୧୫ରେ ହେଉଛି ସେନା ଦିବସ ଏହା ପୂର୍ବର ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ବଡ଼ ବୟାନ । ସେ କହିଛନ୍ତି, ପାକିସ୍ତାନରୁ ଆସୁଛନ୍ତି ୮୦ ପ୍ରତିଶତ ଆତଙ୍କବାଦୀ, ଜମ୍ମୁ କାଶ୍ମୀରରେ ବଢିଛି ଅନୁପ୍ରବେଶ । ସେହିପରି ଗତ ବର୍ଷ କାଶ୍ମୀରରେ ନିପାତ ଆତଙ୍କବାଦୀ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ପାକିସ୍ତାନୀ । ତେବେ ସେନାର ସୁରକ୍ଷାକୁ ଦିଆଯିବ ପ୍ରାଥମିକତା ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।ସେହିପରି LAC ପରିସ୍ଥିତି ଉପରେ ସେନା ମୁଖ୍ୟ କହିଛନ୍ତି, ଆମେ ସୀମା ଭିତ୍ତିଭୂମି ସହ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦେଉଛୁ । ସେହିପରି ବର୍ତ୍ତମାନର ଜମ୍ମୁ କାଶ୍ମୀରର ସ୍ଥିତିକୁ ନେଇ ସେନା ମୁଖ୍ୟ କହିଛନ୍ତି ସାମଗ୍ରିକ ଭାବରେ ନିୟନ୍ତ୍ରଣରେ ରହିଛି ଏବଂ ୨୦୨୧ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷ ସହ ଅସ୍ତ୍ରବିରତି ଚୁକ୍ତି ବଳବତ୍ତର ରହିଛି ହେଲେ ମ୍ମୁ କାଶ୍ମୀରରେ ବଢିଛି ଅନୁପ୍ରବେଶ । ଆତଙ୍କୀ କାର୍ଯ୍ୟକଳାପ ଓ ଆଇବିରୁ ଅନୁପ୍ରବେଶ ଜାରି ରହିଛି । ସେହିପରି ନିକଟରେ ଉତ୍ତର କାଶ୍ନୀର, ଡୋଡା-କିସ୍ତୱାରରେ ବୃଦ୍ଧି ଘଟିଛି । ହିଂସାକାଣ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଅମରନାଥ ଯାତ୍ରାରେ ୫ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମଧ୍ୟ କରାଯାଇଛି ।

Related Articles

Back to top button