ବନ୍ୟା ପାଣିରେ ବୁଡିଗଲା ବାୟୁ ସେନାର ହେଲିକପ୍ଟର

ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ । ବାୟୁସେନାର ଏକ ହେଲିକପ୍ଟର ଖସିପଡ଼ିଛି ପାଣିକୁ । ସୁଚନାନୁସାରେ ବିହାରର ମୁଜାଫରପୁରରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି ।କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍ ସାମଗ୍ରୀ ନେଇ ପକାଇବାକୁ ଯାଇଥିବା ବେଳେ ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।

Related Articles

Back to top button