ଜବଲପୁରରେ ଥିବା ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟି ୧୨ ଗୁରୁତର
ଜବଲପୁରରେ ଥିବା ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୧୨ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ଜଣେ ନିଖୋଜ ଥିବା କୁହାଯାଉଛି। ବିସ୍ଫୋରଣ ଏତେ ବଡ ଥିଲା ଯେ ସମଗ୍ର କୋଠା ଭୁଶୁଡି ପଡିଛି। ଅନେକ କର୍ମଚାରୀ କୋଠାର ଭଗ୍ନାଂଶ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି।ସୂଚନା ଅନୁଯାୟୀ,, ଜବଲପୁରର କାରଖାନାରେ ସେତେବେଳେ ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ବୋମା ଭରିବା କାମ ଚାଲିଥିଲା। ବର୍ତ୍ତମାନ କାରଖାନା ପକ୍ଷରୁ କର୍ମଚାରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆଯାଉଥିବା ସାମ୍ନାକୁ ଆସିଛି।। ଉଦ୍ଧାରକାରୀ ଦଳ କୋଠାର ଭଗ୍ନାଂଶ ତଳେ କିଛି କର୍ମଚାରୀ ପୋତି ହୋଇଯାଇଥିବା ଆଶଙ୍କା କରି ଖୋଜାଖୋଜି ଆରମ୍ଭ କରିଛନ୍ତି।