
ଦିଲ୍ଲୀରେ ଭୂକମ୍ପ, ଥରିଲା ଜାମ୍ମୁ କାଶ୍ମୀର
ନୂଆଦିଲ୍ଲୀ:ଦିଲ୍ଲୀ ଏନସିଆର୍ ରେ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ବ୍ୟତିତ ଜମ୍ମୁ କାଶ୍ମୀର ର ଓ ଚଣ୍ଡୀଗଡରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୭ ରହିଛି । ଅପରାହ୍ନ ୧ଘଣ୍ଟା ୧୩ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।
ଏହା ପୂର୍ବରୁ ମାର୍ଚ୍ଚରେ ଭାରତର ବହୁ ରାଜ୍ୟରେ ଭୂକମ୍ପର ଭାରି ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଭୂମିକମ୍ପର ତୀବ୍ରତା ୬.୬ ଥିଲା ।