ୟୁଏଇ ଓ ସିଙ୍ଗାପୁରରେ ଭାରତୀୟ ମୁଦ୍ରା ‘ରୁପି’କୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ: ଆଗାମୀ ସମୟରେ ବିଶ୍ୱର ଅନେକ ଦେଶ ରୁପି ପେମେଣ୍ଟ ସିଷ୍ଟମକୁ ନିଜ ଦେଶରେ ସ୍ୱୀକୃତି ଦେଇପାରନ୍ତି। ଆମେରିକା ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସିଙ୍ଗାପୁର ଓ ୟୁନାଇଟେଡ ଆରବ ଏମିରେଟସ (ୟୁଏଇ) ରୁପିକୁ ସ୍ୱୀକୃତି ଦେଇସାରିଛନ୍ତି। ବିଶ୍ୱର ଅନ୍ୟ ଦେଶମାନଙ୍କ ସହ ଏ ନେଇ ଆଲୋଚନା ଜାରି ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ତେବେ କେବଳ ରୁପି ନୁହେଁ ଭାରତରେ ବିକଶିତ ହୋଇଥିବା ପେମେଣ୍ଟ ସିଷ୍ଟମର ଲାଭ ସାରା ଦୁନିଆର ଅନେକ ଦେଶ ନେଇ ପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଦେଶଙ୍କ ସହ ରୁପିକୁ ସେମାନଙ୍କ ଦେଶରେ ସ୍ୱୀକାର୍ଯ୍ୟ କରିବା ପାଇଁ ଭାରତ ସରକାର ଆଲୋଚନା ଚଳାଇଥିବା କହିଛନ୍ତି। ସୀତାରମଣ ବ୍ରୁକିଙ୍ଗସ୍‌ ଇନିଷ୍ଟିଚ୍ୟୁଟରେ କହିଛନ୍ତି ଯେ ଏହା ଛଡା ୟୁପିଆଇ( ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ), ଭୀମ ଆପ୍ ଓ ଏନସିପିଆଇ( ଭାରତୀୟ ରାଷ୍ଟ୍ରୀୟ ପୈଠ ନିୟମ) ଉପରେ ଏପରି କାମ କରାଯାଉଛି ଯେ ଅନ୍ୟ ଦେଶଙ୍କୁ ଭାରତୀୟ ବିଶେଷଜ୍ଞତାର ଯେପରି ଲାଭ ମିଳିପାରିବ ବୋଲି କହିଛନ୍ତି।

ଆମେରିକାରେ ୟୁପିଆଇ ଆରମ୍ଭ କରିବା ପାଇଁ ଜନୈକ ଛାତ୍ରଙ୍କ ପ୍ରଶ୍ନର ଜବାବରେ ସୀତାରମଣ କହିଛନ୍ତିଯେ ଏ ବାବଦେ ଆମେ ଅନେକ ଦେଶଙ୍କ ସହ ମିଳିତ କାମ କରୁଛୁ। ଭାରତୀୟ ୟୁପିଆଇ ପ୍ରଣାଳୀକୁ ନେଇ ଗର୍ବିତ ବୋଲି ଛାତ୍ର କହିଥିଲେ। ତେବେ ସାରା ବିଶ୍ୱ ସହ ଏହାକୁ ସେୟାର କରିବାର ଯୋଜନା କଣ ବୋଲି ଅର୍ଥମନ୍ତ୍ରୀଙ୍କୁ ପଚାରିଥିଲେ। ଏହାର ଜବାବରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏ ନେଇ ଅନେକ ଦେଶଙ୍କ ସହ ଆମର କଥାବାର୍ତ୍ତା ଚାଲିଛି। ଏହି କ୍ରମରେ ୟୁଏଇ ଓ ସିଙ୍ଗା ପୁର ଭାରତୀୟ ମୁଦ୍ରା ରୁପିକୁ ଦେଶରେ ସ୍ୱୀକାର୍ଯ୍ୟ କରିଥିବା କହିଛନ୍ତି।

Related Articles

Back to top button