ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ପର୍ଯ୍ୟନ୍ତ ବହରାଇଚରେ ସ୍ଥଗିତ ରହିବ ବୁଲଡୋଜର କାର୍ଯ୍ୟାନୁଷ୍ଠାନ
ଆସନ୍ତାକାଲି ପର୍ଯ୍ୟନ୍ତ ବହରାଇଚରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜ ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠରେ ଏକମତ ହୋଇଛନ୍ତି ଯେ ଆସନ୍ତାକାଲି ପର୍ଯ୍ୟନ୍ତ ଜିଲ୍ଲା କର୍ତ୍ତୃପକ୍ଷ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ଏହା ପୂର୍ବରୁ ପ୍ରସ୍ତାବିତ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି ବୁଧବାର କରିବାକୁ କୋର୍ଟ ରାଜି ହୋଇଥିଲେ।ଗତ ସପ୍ତାହରେ ଉତ୍ତରପ୍ରଦେଶ ପୂର୍ତ୍ତ ବିଭାଗ ପକ୍ଷରୁ ରାମ ଗୋପାଳ ମିଶ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ବହରାଇଚରେ କିଛି ଘର ଭଙ୍ଗାଯିବା ପାଇଁ ଚିହ୍ନିତ କରାଯାଇଥିଲା। ଗତ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଥିଲେ ଯେ ବିନା ଅନୁମତିରେ ଦେଶର କୌଣସି ସ୍ଥାନକୁ ଉଚ୍ଛେଦ କରାଯିବ ନାହିଁ। ବିନା ପର୍ଯ୍ୟାପ୍ତ ନୋଟିସରେ ବିଭିନ୍ନ ରାଜ୍ୟ କର୍ତ୍ତୃପକ୍ଷ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଏକାଧିକ ଆବେଦନ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।