ଟ୍ରଷ୍ଟକୁ ଦାନ ନାମରେ ଡୁପ୍ଲିକେଟ ରସିଦ ଦେଖାଇ କରୁଛନ୍ତି ଟ୍ୟାକ୍ସ ଚୋରି! ୮୦୦୦ ଟ୍ୟାକ୍ସପେୟର୍ସଙ୍କୁ ଆୟକର ବିଭାଗର ନୋଟିସ

ନୂଆଦିଲ୍ଲୀ: ଆୟକର ବିଭାଗ ପାଖାପଖି ୮,୦୦୦ ଟ୍ୟାକ୍ସପେୟର୍ସଙ୍କୁ ନୋଟିସ ପଠାଇଛନ୍ତି । ଏଥିରେ ଧର୍ମିକ ଟ୍ରଷ୍ଟ ମଧ୍ୟ ସାମିଲ ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, କରଦାତା ନିଜ ଆୟ ଏବଂ ବ୍ୟୟର ଅନୁପାତରେ ଦାନ କରୁଥିଲେ ବୋଲି ଡାଟା ଆନାଲିଟିକ୍ସରୁ ଜଣାପଡିଛି । ଯେଉଁମାନଙ୍କୁ ନୋଟିସ ପଠାଯାଇଛି ସେମାନଙ୍କ ମଧ୍ୟରୁ ବେତନଭୋଗୀ ଏବଂ ସେଲ୍ଫ ଇପ୍ଲାୟଡ ମଧ୍ୟ ସାମିଲ ଅଛନ୍ତି ।

ଅଫିସରଙ୍କ ମୁତାବକ ଟ୍ୟାକ୍ସପେୟର୍ସ ନିଜ ରୋଜଗାରରେ ଅନୁରୂପ ଦାନ ଦେଇନାହାନ୍ତି । ଏପରି ଲୋକେ ଧାର୍ମିକ ଟ୍ରଷ୍ଟକୁ କମିଶନ ଦେଇ ଦାନ କରି ରସିଦ କାଟିଛନ୍ତି । ବିଭାଗ ସେହି ଟ୍ରଷ୍ଟକୁ ମଧ୍ୟ ଟ୍ରାକ କରୁଛି । ଯିଏ ଟ୍ୟାକ୍ସପେୟର୍ସକୁ ନକଲି ବିଲ୍ ଅଫର କରନ୍ତି ଏବଂ ଟ୍ରଷ୍ଟଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ ହୋଇନି ତେବେ ସେହି ଟ୍ରଷ୍ଟରୁ ଟ୍ୟାକ୍ସ ଷ୍ଟାଟସ ଛଡାଇ ନିଆଯିବ ।

ଟ୍ୟାକ୍ସପେୟର୍ସ ପାଇଁ ରିହାତି ତାଙ୍କ କର ଯୋଗ ଆୟକୁ କମ କରିବ ଏବଂ କର ବଂଚାଇବା ଏବଂ କିଛି ଲଙ୍ଗ ଟର୍ମ ନିବେଶ କରିବା ପାଇଁ ଏକ ବ୍ୟବହାରିକ ଉପାୟ ମଧ୍ୟ ରହିଛି । କର ରିହାତିର ଦାବି କରି, ଏକ ଟ୍ୟାକ୍ସ ପେୟର ନିଜ ଟ୍ୟାକ୍ସ ଏମାଉଁଣ୍ଟକୁ କିଛି ମାତ୍ରାରେ ବଞ୍ଚାଇ ପାରିବ ।

Related Articles

Back to top button