
ଲୋକସଭା ନିର୍ବାଚନ ୨୦୨୪ର ତାରିଖ ୧୬ ମାର୍ଚ୍ଚରେ ଘୋଷଣା କରାଯିବ
ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଆସନ୍ତା କାଲି ଅର୍ଥାତ୍ ୧୬ ମାର୍ଚ୍ଚ ୨୦୨୪ରେ ଘୋଷଣା କରାଯିବ । ଅପରାହ୍ନ ୩ଟାରେ ପ୍ରେସମିଟ୍ କରିବେ ନିର୍ବାଚନ କମିଶନ ଯେଉଁଠି ନିର୍ବାଚନ ତାରିଖ ଘୋଷଣା କରାଯିବା ନେଇ ସୂଚନା ରହିଛି । ଓଡ଼ିଶାରେ ମଧ୍ୟ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରାଯିବ । ତାରିଖ ଘୋଷଣା ସହ ଆସନ୍ତାକାଲିଠୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯିବ ।
ଆଜି ଏନେଇ ଇଲେକ୍ସନ କମିଶନ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ତେବେ ଆସନ୍ତା କାଲି ୨୦୨୪ ଲୋକସଭା ନିର୍ବାଚନ ତାରିଖ ସହ କିଛି ବିଧାନସଭା ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ । ଦିନ ୩ଟାରେ ତାରିଖ ଘୋଷଣା କରାଯିବ ।