
ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ
ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି। ପ୍ରତିବର୍ଷ ଅମରନାଥଙ୍କ ଯାତ୍ରା ଏବଂ ଶିବଲିଙ୍ଗ ମେ-ଜୁନ୍ ମାସ ମଧ୍ୟରେ ଦୃଶ୍ୟମାନ ହୋଇଥାଏ। ଚଳିତ ବର୍ଷ ପ୍ରାୟ ୮ ଫୁଟ ଉଚ୍ଚ ଶିବଲିଙ୍ଗଙ୍କୁ ଦର୍ଶନ କରିବେ ଭକ୍ତ। ଏପରିକି ଏହି ଯାତ୍ରା ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଗୁମ୍ଫାରେ ନିର୍ମିତ ଶିବଲିଙ୍ଗଙ୍କୁ ଦର୍ଶନ କରିବା ଏବଂ ପୂଜା କରିବାକୁ ଆସିଥାନ୍ତି।
ସୂଚନା ମୁତାବକ, ପ୍ରତିବର୍ଷ ପ୍ରଭୁ ଅମରନାଥ ଦର୍ଶନ କରିବା ପାଇଁ ଏବଂ ଅମରନାଥ ଯାତ୍ରା ଦେଖିବା ପାଇଁ ମଧ୍ୟ ଭକ୍ତମାନେ ଆସିଥାନ୍ତି। ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ। ଏପରିକି ଏହି ଯାତ୍ରା ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ଚାଲିବ। ତେଣୁ ଏହି ୫୦ ଦିନିଆ ଯାତ୍ରା ପାଇଁ ପଞ୍ଜୀକରଣ ୧୫ ଏପ୍ରିଲ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ୧୯ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଠାରେ ଶେଷ ହେବା ନେଇ ସୂଚନା ଜାରି ହୋଇଛି। https://jksasb.nic ଅଫିସିଆଲ୍ ୱେବସାଇଟରେ ମଧ୍ୟ ଭକ୍ତମାନେ ସେମାନଙ୍କର ନାମ ପଞ୍ଜୀକୃତ କରିପାରିବେ। ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଗୁମ୍ଫାରେ ନିର୍ମିତ ଶିବଲିଙ୍ଗଙ୍କୁ ଦର୍ଶନ କରିବା ଏବଂ ପୂଜା କରିବାକୁ ଆସିଥାନ୍ତି। ଅମରନାଥ ଯାତ୍ରାର ଉଭୟ ମାର୍ଗରେ ଖରାପ ପାଗ ଏବଂ ପ୍ରବଳ ତୁଷାରପାତ ହେତୁ ଶ୍ରୀମନ୍ଦିର ବୋର୍ଡର କୌଣସି ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଗୁମ୍ଫାକୁ ନେଇ କୌଣସି ସର୍ଭେ କରାଯାଇନାହିଁ।