
ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ ପାଇଁ ତିଳକ ନଗର ପୁଲିସକୁ ନିର୍ଦ୍ଦେଶ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଢିଲା ଅଡୁଆ । କାରଣ ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ ପାଇଁ ତିଳକ ନଗର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁ ଅଦାଲତ। ନିର୍ବାଚନୀ ବଣ୍ଡ୍ ଯୋଗେ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗରେ ରୁଜୁ ହେବ ଏହି ମାମଲା।ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ହୋଇଥିଲା ଅଭିଯୋଗ। ତେବେ ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ ହୋଇଥିଲା କାର୍ଯ୍ୟକାରୀ।ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଜାରି ରହିଛି ବିବାଦ ।