ପ୍ୟାରିସ୍ ଅଲିମ୍ପିକ୍ସରେ ସୁରକ୍ଷା ଦେବେ ଭାରତୀୟ ସେନାର ଦୁଇ କୁକୁର

ପ୍ୟାରିସ୍ ଅଲିମ୍ପିକ୍ସରେ ସୁରକ୍ଷା ଦେବାକୁ ଭାରତୀୟ ସେନାର ଦୁଇ କୁକୁର ସେଠାରେ ପହଁଚିଛନ୍ତି । ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) କେ -୯ ର ଦୁଇ କୁକୁର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଁଚିଛନ୍ତି । ଜୁଲାଇ ୨୬ ରୁ ପ୍ୟାରିସ୍ ଅଲିମ୍ପିକ୍ସରେ ବିଭିନ୍ନ ସ୍ଥାନର ସୁରକ୍ଷା ପାଇଁ ଏ ଦୁଇ ଜଣଙ୍କୁ ନିୟୋଜିତ କରାଯିବ ।

ପ୍ୟାରିସରେ ଅଲିମ୍ପିକ୍ସର ସୁରକ୍ଷା ପାଇଁ ସମୁଦାୟ ୧୦ ଟି କେ -୯ ଦଳଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଭାରତର ଦୁଇଟି ଦଳ ସାମିଲ ହୋଇଛନ୍ତି । ବେଲଜିୟମ ସେଫର୍ଡ ମଲିନୋଇସ୍ କେ- ୯ ୱାଷ୍ଟକୁ ୫ ବର୍ଷ ହୋଇଥିବାବେଳେ ଡେନବିକୁ ୩ ବର୍ଷ ବୟସ ହୋଇଛି । ଉଭୟଙ୍କୁ ଅଲିମ୍ପିକ୍ ଗେମ୍ସର ସୁରକ୍ଷା ପାଇଁ କଠୋର ତାଲିମ ଦିଆଯାଇଛି । ବାରୁଦ, ବିସ୍ଫୋରକ ସାମଗ୍ରୀ ଓ ନିଶା ଦ୍ରବ୍ୟ ଚିହ୍ନଟ କରିବାରେ ଏ ଦୁଇ କୁକୁର ବେଶ ନିପୁଣ  ।ସିଆରପିଏଫ୍ ଅଧିକାରୀଙ୍କ ସୂଚନା ମତାବକ ଏହି କୁକୁର ଦଳ ଜୁଲାଇ ୧୦ରେ ପ୍ୟାରିସ ଯାଇଥିଲେ । ଏହି ଦଳ ଜୁଲାଇ ୨୬ ରୁ ଅଗଷ୍ଟ ୧୧ ପର‌୍ୟ୍ୟନ୍ତ ହେବାକୁ ଥିବା ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ।

Related Articles

Back to top button