
ରାଜଧାନୀରେ ବାଣ ଫୁଟାଉଥିବାବେଳେ ଜଳିଗଲା ୫ଟି ବସ
ରାଜଧାନୀରେ ବାଣ ଫୁଟାଉଥିବାବେଳେ ଅଘଟଣ ଘଟିଛି। ବାଣ ଫୁଟାଉଥିବାବେଳେ ୫ଟି ବସରେ ନିଆଁ ଲାଗି ଯିବାରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଛି।ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଥିବା ୫ଟି ବସରେ ନିଆଁ ଲାଗି ଯିବାରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି। ପାତ୍ରପଡ଼ା ଅଞ୍ଚଳରେ ଥିବା ଗ୍ୟାରେଜରେ ୫ଟି ବସ ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଏହାପରେ ବସଗୁଡ଼ିକରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଥିଲା। ବାଣ ଫୁଟାଉଥିବାବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଅବନୀକାନ୍ତ ସ୍ବାଇଁଙ୍କ ନେତୃତ୍ବରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ୩ଟି ଟିମ ନିଆଁକୁ ଆୟତ୍ତ କରିବାକୁ ଆସିଥିଲା। ଗ୍ୟାରେଜରେ ୱେଲ୍ଡିଂ ଚାଲିଥିଲା ଏବଂ ୱେଲ୍ଡିଂରୁ ବି ନିଆଁ ଲାଗିଥାଇ ପାରେ ବୋଲି କୁହାଯାଉଛି। ଦୀପାବଳିରେ ଏଭଳି ଅଘଟଣ ଘଟିଥିବାବେଳେ କୌଣସି ଲୋକ ଆହତ ହୋଇ ନାହାନ୍ତି । ବସରେ କିଭଳି ନିଆଁ ଲାଗିଲା ଏବଂ କିଏ ନିଆଁ ଲଗାଇଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣାପଡ଼ିଛି।