ରାଉରକେଲାରେ ୫ଜି ସେବା ଆରମ୍ଭ

ଭୁବନେଶ୍ବର: ରାଜ୍ୟର ତିନିଟି ସହରରେ ୫ଜି ସେବା ପହଞ୍ଚିଛି। ଭୁବନେଶ୍ବର ଓ କଟକ ପରେ ଏବେ ରାଉରକେଲାରେ ୫ଜି ସେବା ଆରମ୍ଭ ହୋଇଛି। ସେଠାରେ ଏୟାରଟେଲ୍‌ର ୫ଜି ଉପଲବ୍ଧ ହୋଇଛି।

ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ମଧ୍ୟ କଂପାନିର ୫ଜି ସେବା ମିଳିବ। ଗତ ୫ରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ୫ଜି ସେବା ଆରମ୍ଭ କରିଥିଲେ।

Related Articles

Back to top button