
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର
ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର ହୋଇଯାଇଛି । ହତ୍ୟା ମାମଲାରେ ସଜା କାଟୁଥିବା କଏଦୀ ଅର୍ଜୁନ ମୁଣ୍ଡା ରବିବାର ବିଳମ୍ବିତ ରାତିରେ ଚଂପଟ ମାରିଛି । କଏଦୀ ଅର୍ଜୁନ ଅପରେସନ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛି । ଏନେଇ ଜେଲ କତୃପକ୍ଷ ସୁନ୍ଦରଗଡ ଟାଉନ ଥାନା ରେ ଅଭିଯୋଗ କରିଛନ୍ତି । ଏବଂ ଟାଉନ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।