ବାଲେଶ୍ୱରରେ ଚେନ୍ନାଇ- ନ୍ୟୁ ଜଲପାଇଗୁଡି ଟ୍ରେନ୍‌ରେ ଅଘଟଣ

ଶନିବାର ବାଲେଶ୍ୱରରେ ଚେନ୍ନାଇ- ନ୍ୟୁ ଜଲପାଇଗୁଡି ଟ୍ରେନ୍‌ରେ ଅଘଟଣ ଘଟିଛି। ଫଳରେ ଏହି ଟ୍ରେନ୍‌ଟି ଅଧା ବାଟରେ ଅଟକି ରହିଥିଲା । ଟ୍ରେନ୍‌ରୁ ବ୍ୟାଟେରୀ ବକ୍ସ ଖସି ପଡିବା ପରେ ଟ୍ରେନଟି ଅଟକି ରହିଥିଲା । ତେବେ ଅଳ୍ପକେ ଯାତ୍ରୀବାହୀ ଟ୍ରେନ୍‌ଟି ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ଅନ୍ୟପଟେ ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଟ୍ରେନ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବ୍ୟାଟେରୀ ବକ୍ସ ଏବଂ ଇଞ୍ଜିନର ମୋଟର ଭାଙ୍ଗିଯାଇ ତଳେ ପଡିଯାଇଥିଲା। ଯାତ୍ରୀମାନେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ଟ୍ରେନ୍‌ଟି ରହିଯାଇଥିଲା ଏବଂ ଯାତ୍ରୀମାନେ ତଳକୁ ଓଲ୍ହାଇବା ପରେ ଟ୍ରେନ୍‌ର ବ୍ୟାଟେରୀ ଖସି ପଡିଥିବା ଦେଖିବାକୁ ପାଇଥିଲେ । ଲୋକ ପାଇଲଟ ଏ ସମ୍ପର୍କରେ ଜାଣିପାରିବାରୁ ବଡ଼ ଅଘଟଣରୁ ଯାତ୍ରୀମାନେ ବଞ୍ଚିଯାଇଥିଲେ। ତେବେ ପ୍ରାୟ ୪ ଘଣ୍ଟା ଅଟକି ରହିବା ପରେ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା ।

Related Articles

Back to top button