ଖୁବଶୀଘ୍ର ରାଜ୍ୟରେ ଥାଲାସେମିଆ ରୋଗୀଙ୍କ ପାଇଁ ଆରମ୍ଭ ହେବ ‘ବୋନ ମାରୋ ଟ୍ରାନ୍ସପ୍ଳାଣ୍ଟ‘- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଗତକାଲି ବିଶ୍ୱ ଥାଲାସେମିଆ ଦିବସ ଅବସରରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ‘ବୋନ ମାରୋ ଟ୍ରାନ୍ସପ୍ଳାଣ୍ଟ‘ ଆରମ୍ଭ ହେବ । ଏହି ବ୍ୟବସ୍ଥା ଫଳରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ । ଏନେଇ ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳିଛି । ରାଜ୍ୟରେ ଏବେ ୩ ହଜାରରୁ ଅଧିକ ଥାଲାସେମିଅ ରୋଗୀ ରହିଥିବା ବେଳେ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ଚିକିତ୍ସା ପ୍ରଦାନ କରଯାଉଛି ।
ଏ ବାବଦରେ ରାଜ୍ୟ ରକ୍ତ ନିରାପତ୍ତା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ଏବେ ୩ ହଜାରରୁ ଅଧିକ ଥାଲାସେମିଆ ରୋଗୀ ରହିଥିବା ବେଳେ ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ପ୍ରଦାନ କରୁଛନ୍ତି । ଏହି ରୋଗୀ ଆକ୍ରାନ୍ତ ହେଲେ ରୋଗୀକୁ ରକ୍ତର ଆବଶ୍ୟକ ହୋଇଥାଏ । ଏହି ରୋଗୀଙ୍କ ପାଇଁ ବ୍ଲଡ୍ ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା । ଠିକ୍ ସମୟରେ ଚିକିତ୍ସା କରାନଗଲେ ରୋଗୀର ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ ।