ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ପାଇଁ କରିଛନ୍ତି ବଡ଼ ଘୋଷଣା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ସୂଚନା ଦେଇଛନ୍ତି। ଆଇଓସିଏ୍ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଏମ୍ସିପିଏଲ୍ ସହଯୋଗରେ ଭଦ୍ରକରେ ବୟନ ପାର୍କ କରାଯିବ। ଏହି ମିଳିତ ଉଦ୍ୟମ ଓଡ଼ିଶାର ଅର୍ଥନୀତିକୁ ଯଥେଷ୍ଟ ବୃଦ୍ଧି କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସ୍ଥିର ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।