ଟ୍ରେନ ବାତିଲ ହେବା ପରେ ବସଭଡ଼ା ଦୁଇଗୁଣ

ଭୁବନେଶ୍ଵର: ଏହି ଦୁଃଖଦ ସମୟରେ ସାଥ ଦେବା ବଦଳରେ ଲୁଟୁଛନ୍ତି ଅମାନୁଷିକତା ମନ ଭାବର ଲୋକ । ଭୟଙ୍କର ରେଳ ଦୁର୍ଘଟଣା ପରେ ପୁରୀରୁ ପଶ୍ଚିମବଙ୍ଗ ଯିବାକୁ ଥିବା ବହୁ ଟ୍ରେନ୍ ବାତିଲ ହୋଇଛି ଫଳରେ ବସରେ ଯିବାକୁ ଅଧିକାଂଶ ଯାତ୍ରୀ ବ୍ୟାକୁଳ ହେଉଥିବା ବେଳେ ଏ ସ୍ଥିତିର ଫାଇଦା ଉଠାଇ କିଛି ବସ ଭଡ଼ାକୁ ଦୁଇଗୁଣ କରିଥିବା ଅଭିଯୋଗ ହୋଇଛି। ପୁରୀରୁ ପଶ୍ଚିମବଙ୍ଗକୁ ସାଧାରଣ ଭାବେ ଭଡ଼ା ୭୦୦ରୁ ୮୦୦ରୁ ହୋଇଥିବା ବେଳେ ଏବେ କିଛି ବସ୍  ଭଡ଼ା ୧୭ଶହ ଟଙ୍କାରୁ ଅଧିକ ଦାବି କରୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

ସେପଟେ ଏଭଳି ଅଭିଯୋଗ ଆସିବା ପରେ ଟ୍ୱିଟ୍ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । କଟକ, ଭୁବନେଶ୍ୱର, ପୁରୀ ଓ ବାଲେଶ୍ୱରରେ ଆରଟିଓ ଟିମ୍ ଅଟକି ରହିଥିବା ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା କରିଛନ୍ତି । ସେହିଭଳି କୌଣସି ବସ ଯଦି ଅତିରିକ୍ତ ଭଡ଼ା ଆଦାୟ କରୁଛନ୍ତି, ତେବେ ସେହି ବସର ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଏସଟିଏ । ସେପଟେ ଏଭଳି ସ୍ଥିତିରେ ଆରଟିଓ ଏବଂ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପରିବହନ କମିଶନର ଅମିତାଭ ଠାକୁରଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପଜେନା ନିବେଦନ କରିଛନ୍ତି

Related Articles

Back to top button