
ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ପରେ ଏବେ ବ୍ରହ୍ମପୁର ମହାନଗର ନିଗମ (BeMC)ର କମିଶନର ଜେ.ସୋନାଲ ନାଁରେ ଫେକ୍ ହ୍ୱାଟ୍ସଆପ୍ । ସାଇବର ଠକ ମହାନଗର କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଖୋଲି ଟଙ୍କା ମାଗୁଛନ୍ତି । ମହାନଗର ନିଗମ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୬୫୦୩୫୮୦୫ ନାମକ ଏକ ନମ୍ବରରେ ହ୍ୱାଟ୍ସଆପ୍ ଖୋଲା ଯାଇ ସେଥିରେ ପ୍ରୋଫାଇଲ ଫଟୋରେ କମିଶନର ସୋନାଲଙ୍କ ଫଟୋକୁ ବ୍ୟବହାର କରାଯାଇଛି ।