ବରଗଡରେ ମାଲବାହୀ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ

ବରଗଡ଼: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଲୋକଙ୍କ ମନରୁ ନଲିଭିଣୁ ପୁଣି ଏକ ରେଳ ଦୁର୍ଘଟଣାର ଶିକାର ହୋଇଛି । ବରଗଡ ଜିଲ୍ଲା ମେଣ୍ଢାପାଲି ନିକଟରେ ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗୁରି ଚୂନପଥର ଖଣିରୁ ବରଗଡ ଯାଉଥିବା ବେଳେ ମାଲବାହୀ ଟ୍ରେନ୍‌ଟି ଦୁର୍ଘଟଣାର ଶିକାର ହୋଇଛି । ଟ୍ରେନ୍‌ର ହୁଇଲ ଛିଣ୍ଡି ଯିବା ଯୋଗୁଁ ୫ଟି ବଗି ଓଲଟି ପଡିଥିବା ଦେଖିବାକୁ ମିଳିଛି ।

ତେବେ ବରଗଡ଼ର ଏକ ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିବା ବେଳେ ଅଘଟଣ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Articles

Back to top button