ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଛନ୍ତି ପୋଲିସ ଏଏସଆଇ ଗୋପାଳ ଦାସ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଆଉ କେହି ନୁହନ୍ତି ବରଂ ପୋଲିସ କର୍ମୀ କରିଥିବା କରିଥିବା ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ସୂଚନା ଦେଇଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା ପରେ ମନ୍ତ୍ରୀଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି।

ଗୋପାଳ ଗାନ୍ଧୀ ଛକ ପୁଲିସ ଆଉଟପୋଷ୍ଟରେ କାର୍ଯ୍ୟ କରନ୍ତି ବୋଲି ଏସ୍‌ଡିପିଓ କହିଛନ୍ତି। ଗୋପାଳ ଗୁଳିମାଡ କରିବା ପରେ କିଛି ଲୋକ ତାଙ୍କୁ ଧରି ପକାଇଥିଲେ ବୋଲି ସୂଚନା ମିଳିିଛି।

ଏହା ପରେ ମନ୍ତ୍ରୀଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହା ପରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ଷଡ଼ଯନ୍ତ୍ର ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗାନ୍ଧୀଛକ ନିକଟରେ ଏହି ଦୁବୁର୍ତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି । ଗାନ୍ଧୀଛକ ଫାଣ୍ଡିରେ ଗୋପାଳ ଦାସ କାର୍ଯ୍ୟ କରନ୍ତି । ତେବେ କେଉଁ କାରଣରୁ ସେ ଏହି ଭଳି ଘଟଣା ଘଟାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ । ତେବେ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ ଆରମ୍ଭ ହେବା ସହ ସବୁ ସତ୍ୟାସତ ସାମ୍ନାକୁ ଆସିବ ବୋଲି ସୂଚନା ମିଳୁଛି ।

Related Articles

Back to top button