
ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିଲା ବିମାନ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡିଲା ବିମାନ। ଆଜି(ବୁଧବାର) ସକାଳ ୧୦ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରରୁ ଜୟପୁରକୁ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ।
ପରୀକ୍ଷାମୂଳକ ଭାବେ ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଇଣ୍ଡିଆ ଏୟାର ୱାନ ବିମାନ ଉଡାଣ ଭରିଛି। ୪୦ ମିନିଟ୍ ପରେ ଏହା ଜୟପୁରରେ ପହଞ୍ଚିଛି। ଏହାପରେ ପୁଣି ବିମାନଟି ଜୟପୁରରୁ ଭୁବନେଶ୍ବରେ ପହଞ୍ଚିଛି। ଏନେଇ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।