
କିଟ୍ ମହାବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ୩ଟି ବିଭାଗର ସଚିବଙ୍କୁ ନେଇ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
କିଟ୍ ବିଶ୍ୱବିଦ୍ୟାଳୟ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସରକାର। କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ । କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ କମିଟିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ କମିଟିରେ ସ୍ଥାନିତ ହେବେ । ଏହା ସହିତ ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ । ନ୍ୟାୟ ଦେବା ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ।