
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ। ସମ୍ଭାବ୍ୟ ବାତ୍ୟା ପାଇଁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଥିବା ଓଡ଼ିଶା ଗସ୍ତ ସ୍ଥଗିତ ହୋଇଥିବା ସୂଚନା ମିଳିଛି। ବାଙ୍ଗିରିପୋଷି, ରାଇରଙ୍ଗପୁର, ପୁରୀ ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଥିଲା। ଅନିବାର୍ଯ୍ୟ କାରଣ ଯୋଗୁ ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଗିତ ରହିଛି।