ବାହାନଗାରେ ଗଡିଲା ତିନୋଟି ଟ୍ରେନ୍‌, ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଳମନ୍ତ୍ରୀ

ସୋର: ବାହାନଗାରେ ସ୍ୱାଭାବିକ ହେଲା ଟ୍ରେନ୍‌ ଚଳାଚଳ । ଟ୍ରାକରେ ଗଡିଲା ଟ୍ରେନ୍‌ । ସୋମବାର ଦିନ ସକାଳୁ ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌ ।ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି । ଶନିବାର ରାତିରେ ୫୧ ଘଣ୍ଟା ପରେ ପରୀକ୍ଷାମୂଳକ ଭାବେ ଗାଡ଼ିଥିଲା ମାଲବାହି ଟ୍ରେନ୍‌ ।

ଦୁର୍ଘଟଣାସ୍ଥଳରୁ ତିନୋଟି ଟ୍ରେନ୍ ଗଡ଼ିବା ପରେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଳମନ୍ତ୍ରୀ । ହେଲେ ଏବେବି ଦାୟିତ୍ବ ଶେଷ ହୋଇନାହିଁ । ରେଳ ଦୁର୍ଘଟଣାରେ ନିଖୋଜ ହୋଇଥିବା ଯାତ୍ରୀଙ୍କୁ ରେଳ ବିଭାଗ ଖୋଜିବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ବାହାନଗା ରେଳ ଦୁର୍ଘଟଣାରେ ୨୭୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାଛଡ଼ା ୫୬ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ରେଳ ଦୁର୍ଘଟଣାରେ ନିଖୋଜ ହୋଇଥିବା ଲୋକଙ୍କୁ ରେଳ ବିଭାଗ ଖୋଜିବ। ସାମ୍ବାଦିକଙ୍କ ପ୍ରଶ୍ନରେ ଭାବବିହ୍ବଳ ହୋଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏବେବି ଦାୟିତ୍ବ ଶେଷ ହୋଇନାହିଁ । ଦୁର୍ଘଟଣାରେ ନିଖୋଜ ହୋଇଥିବା ଯାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଯେପରି ଶୀଘ୍ର ଖୋଜି ପାଇବେ, ସେଥିପାଇଁ ରେଳ ବିଭାଗ ସହଯୋଗ କରିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।

Related Articles

Back to top button