ଚମକିବ ଭୁବନେଶ୍ଠର ରେଳ ଷ୍ଟେଶନ, ମିଳିବ ବିମାନବନ୍ଦରର ଅନୁଭୂତି

ଭୁବନେଶ୍ଠର: ଚମକିବ ଭୁବନେଶ୍ଠର ରେଳ ଷ୍ଟେଶନ । ରେଳଷ୍ଟେଶନରେ ମିଳିବ ବିମାନବନ୍ଦରର ଅନୁଭୂତି । ବିମାନବନ୍ଦରର ସବୁ ସୁବିଧା ସୁଯୋଗ ବି ଏଠାରେ ଉପଲବ୍ଧ ହେବ । ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ନିଜେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଭୂମିପୂଜନ ବି କରିଛନ୍ତି ।

ରେଳ ମନ୍ତ୍ରୀ ଅଶ୍ଠିନୀ ବୖଷ୍ଣବ କହିଛନ୍ତି ଭୁବନେଶ୍ଠର ରେଳଷ୍ଟେଶନ ନବୀକରଣ ପାଇଁ ୩୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୪ ମାସ ମଧ୍ୟରେ ଏହାର କାମ ଶେଷ ହେବ  । ଭୁବନେଶ୍ୱର ରେଳ ଷ୍ଟେସନ୍‌ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍‌କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ। ଫୁଟ୍ ଓଭରବ୍ରିଜ୍, Escalator, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅବସସରେ କେନ୍ଦ୍ର ମନ୍ତ୍ରୀ ସବୁଜ ପତାକା ଦେଖାଇ ଭୁବନେଶ୍ୱର-ଜଳେଶ୍ୱର ପାସେଞ୍ଜର ଟ୍ରେନର ଶୁଭ ଉଦ୍ଘଟାଟନ ବି କରିଥିଲେ । ଖୁବ ଶୀଘ୍ର ଭଦ୍ରକକୁ ମଧ୍ୟ ଏକ ନୂଆ ଟ୍ରେନ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବାଲେଶ୍ଠର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button