ରଥଖଳାରେ ଆରମ୍ଭ ହୋଇଛି ଠାକୁରଙ୍କ ଚକା ବେଦି ନିର୍ମାଣ

ଶେଷ ପର୍ଯ୍ୟାୟରେ ପହଂଚିଛି ରଥ ନିର୍ମାଣ । ରଥଖଳାରେ ଠାକୁରଙ୍କ ଚକା ବେଦି ନିର୍ମାଣ ଆରମ୍ଭ ହୋଇଛି । ଚକା ବେଦିରେ ଶ୍ରୀବିଗ୍ରହ ବିଜେ ହେବେ । ରଥରେ ପଟା ପଡ଼ିବା କାର୍ଯ୍ୟ ଶେଷ ହେଉଛି । ରଥଖଳା ପାଶ୍ୱର୍ ବଡ଼ଦାଣ୍ଡରେ ପହଞ୍ଚିଛି ତିନି ରଥର ୧୨ଟି ଅଶ୍ବ । ଏହାର ମରାମତି ପରେ ଚିତ୍ରକରମାନେ ରଙ୍ଗ କରିବେ । ରଥ ଉପରେ ଠାକୁରଙ୍କ ସିଂହାସନ କାମ ଚାଲିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି ।

ଏହି ସ୍ଥାନରେ ଗାଈପଲ ଚିତ୍ର ହେବ । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶ୍ରେଣୀ ରଖୁଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡ଼ିଲା । ପୁଣି ପଟା ପଡ଼ି ଚକା ପଡ଼ିବ । ଚକା ବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ଵକର୍ମାମାନେ ପ୍ରଭାକାମ ସାରିଥିଲେ । ତାପରେ ରୂପକାରମାନେ ସେଥୁରେ କିଭୀମୁଖ ଓ ଉଭୟ ପାର୍ଶ୍ୱର୍ରେ ମଗରମୁଣ୍ଡ କରିବେ । କମାର ସେବକମାନେ ଓଲଟ ଶୁଆ ଫିଟିଂ ପାଇଁ ନାରାଜ କଣ୍ଟା ୧୨ ଓ କଳସ ଫିଟିଂ ପାଇଁ ବାଗିଆ କଣ୍ଟା ୩୬ଟି ତିଆରୁଛନ୍ତି । ଚିତ୍ରକରମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି ।

Related Articles

Back to top button