୧୦ ଜିଲାରେ ଘନ କୁହୁଡି ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ

୧୦ ଜିଲାରେ କୁହୁଡି ପାଇଁ ପାଣିପାଗ ବିଭାଗ ଶନିବାର ପୂର୍ବାନୁମାନ କରିଛି । ୧୪ ତାରିଖ ଯାଏଁ ୧୦ ଜିଲାରେ ପ୍ରବଳ କୁହୁଡି ସମ୍ଭାବନା ରହିଛି । ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଘନ କୁହୁଡିର ସମ୍ଭାବନା ରହିଛି।ଗତ ଦୁଇ ତିନି ହେବ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଜି ସକାଳୁ ସକାଳୁ କଟକ , ଭୁବନେଶ୍ଵରରେ ପ୍ରବଳ କୁହୁଡି ପରିଲକ୍ଷିତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ , ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି। ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଉ ଦିନକ ପରେ ରାଜ୍ୟରେ ତାପମାତ୍ରା ବଢିପାରେ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବା ପରେ ଶୀତ କମିବ।

Related Articles

Back to top button