
ପୁରୀରେ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ିଲା, ଫସିଛନ୍ତି ଶ୍ରମିକ
ପୁରୀ : ପୁରୀ ଜିଲା ମଶାଣିଚଣ୍ଡି ନିକଟରେ ବୁଧବାର ଏକ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକେ, ଓଡ୍ରାଫ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାଙ୍ଗି ପଡ଼ିଥିବା ଛାତ ତଳେ ୫ ଜଣ ଶ୍ରମିକ ଫସି ରହିଥିଲେ। ପ୍ରଥମେ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।