ଅବସରକୁ ନେଇ ସେରେନା ୱିଲିୟମ କହିଲେ -‘ସନ୍ନ୍ୟାସ ନେଇ ନାହିଁ, ଫେରିବାର ସମ୍ଭାବନା ଅଧିକ’

ନୂଆଦିଲ୍ଲୀ: ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସେରେନା ୱିଲିୟମ ନିଜ ଅବସରକୁ ନେଇ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟରେ ଟେନିସରୁ ଅବସରର ନେଇ ସଂକେତ ଦେଇଥିଲେ ସେରେନା। ଇନଷ୍ଟା ପୋଷ୍ଟ ଲେଖି ସେ ଟେନିସରୁ ଦୂର ହେଉଥିବା କହିଥିଲେ। ଏହାପରେ ୟୁଏସ ଓପନ ୨୦୨୨ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏବେ ସେ ନିଜ ଅବସରକୁ ନେଇ ସ୍ପଷ୍ଟ କରିଛନ୍ତି।

ସେରେନା ୱିଲିୟମ ସୋମବାର କହିଛନ୍ତି, ସେ ଏବେ ଯାଏଁ ଟେନିସକୁ ସନ୍ନ୍ୟାସ ନେଇ ନାହାନ୍ତି । ତାଙ୍କର ଟେନିସ କୋର୍ଟକୁ ଫେରିବାର ସମ୍ଭାବନା ଅଧିକ ରହିଛି। ଉଲ୍ଲେଖଯୋଗ୍ୟ ଯେ ସେରେନା ୱିଲିୟମ ସାନ ଫ୍ରାନସିକ୍ସୋରେ ଏକ ସମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ‘ମୁଁ ସେବାନିବୃତ ହୋଇ ନାହିଁ । ମୋର ଫେରିବାର ସମ୍ଭାବନା ଅଧିକ ରହିଛି । ଆପଣ ମୋ ଘରକୁ ଆସିପାରିବେ, ସେଠାରେ ଗୋଟିଏ କୋର୍ଟ ରହିଛି’।

ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ ଅଗଷ୍ଟ ୯ରେ ନିଜ ଅବସରର ସଂକେତ ଦେଇଥିଲେ। ୪୦ ବର୍ଷୀୟ ଏହି ଟେନିସ ଷ୍ଟାର ଖେଳାଳି ଇଷ୍ଟାଗ୍ରାମରେ ଏକ ଲେଖା ଲେଖିଥିଲେ, ‘ଜୀବନରେ ଗୋଟିଏ ସମୟରେ ଏପରି ଆସିଥାଏ ଯେତେବେଳେ ଆମକୁ ଏକ ଅଲଗା ଦିଗରେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେବାକୁ ପଡିଥାଏ । ଏହି ସମୟ ସବୁଠୁ କଠିନ ହୋଇଥାଏ । ମୋର ଇଚ୍ଛା ମୁଁ ସବୁବେଳେ ଟେନିସର ଆନନ୍ଦ ପାଏ, କିନ୍ତୁ ଓଲଟାଗଣିତ ଆରମ୍ଭ ହୋଇଛି’।

ଟେନିସ ଷ୍ଟାର ସେରେନା ୱିଲିୟମସ ଇଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, ‘ଜୀବନରେ ଏପରି ଏକ ସମୟ ଆସିଥାଏ ଯେତେବେଳେ ଏକ ଅଲଗା ରାସ୍ତାରେ ବଢିବା ପାଇଁ ନିଷ୍ପତ୍ତି ନେବାକୁ ପଡିଥାଏ। ଏବେ ଓଲଟାଗଣିତ ଆରମ୍ଭ ହୋଇଛି। ଜଣେ ମାଆ ଭାବେ, ନିଜର ଆଧ୍ୟାତ୍ମିକ ଲକ୍ଷ୍ୟ ଏବଂ ଶେଷରେ ଏକ ଅଲଗା, କିନ୍ତୁ ରୋମାଞ୍ଚକ ସେରେନାର ସନ୍ଧାନ ଉପରେ ଧ୍ୟାନ କେନ୍ଦ୍ରୀତ କରିବାର ଅଛି। ମୁଁ ଆସନ୍ତା କିଛି ସପ୍ତାହର ଆନନ୍ଦ ହେବାକୁ ଯାଉଛି’।

ମହିଳା ଟେନିସର ମହାନ ଖେଳାଳି ସେରେନା ୱିଲିୟମସ ୟୁଏସ ଓପନରେ ଚମତ୍କାର ପ୍ରଦର୍ଶନ କରି ଓପନ କ୍ୟାରିୟରରେ ମୋଟ ୬ଟି ଟାଇଟଲ ଜିତିଥିଲେ। ସେ ୧୯୯୯, ୨୦୦୨, ୨୦୦୮, ୨୦୧୨, ୨୦୧୩ ଏବଂ ୨୦୧୪ରେ ୟୁଏସ ଓପନ ଟାଇଟଲ ଜିତିଥିଲେ । ଅନ୍ୟପଟେ ସେ ୨୩ ଥର ଗ୍ରାଣ୍ଡସ୍ଲାମ ଜିତିସାରିଛନ୍ତି । ତେବେ ସେ କିଛି ସମୟ ଧରି ଆହତ ଥିଲେ ଏବଂ ଟେନିସ କୋର୍ଟରେ ତାଙ୍କର ପୁରଣା ଫର୍ମ ମଧ୍ୟ ଦେଖିବାକୁ ମିଳୁ ନାହିଁ ।

Related Articles

Back to top button