
ବାବର ଆଜମ ହନିଟ୍ରାପର ଶିକାର ବୋଲି ସୋସିଆଲ ମିଡିଆରେ ଦାବି
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମଙ୍କର ସୋସିଆଲ ମିଡିଆରେ କିଛି ବ୍ୟକ୍ତିଗତ ଭିଡିଓ ଏବଂ ଫଟୋ ଭାଇରାଲ ହେବା ଖବର ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିିଛି। ଏହାରି ଭିତରେ ବାବର ଏକ ଟ୍ବିଟ୍ କରି ଚର୍ଚ୍ଚାର ମାହୋଲ୍କୁ ଆହୁରି ଗରମ କରିଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା କିଛି ଅଶାଳୀନ ଫଟୋ ଓ ଭିଡିଓ ବାବରଙ୍କର ବୋଲି ଦାବି ହେଉଥିବା ବେଳେ ତାଙ୍କୁ ଖୁବ୍ ଜୋର୍ରେ ଟ୍ରୋଲ୍ କରାଯାଉଛି। କେହି କେହି ତାଙ୍କ ସମର୍ଥନରେ ବି ବାହାରୁଛନ୍ତି।
ତେବେ ଏହାରି ଭିତରେ ବାବର ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ଖୁସି ହେବା ପାଇଁ ଖୁବ୍ ଅଧିକ ସମୟ ନିଅନ୍ତୁ ନାହିଁ’। ସେ ତାଙ୍କର ଏହି ପୋଷ୍ଟ୍ରେ ନିଜର ଏକ ସୁନ୍ଦର ଫଟୋ ଲଗାଇଥିବାର ବି ଦେଖିବାକୁ ମିଳିଛି।
Doesn't take too much to be happy ☺️ pic.twitter.com/udKmZTHl6V
— Babar Azam (@babarazam258) January 16, 2023
ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ନିଜ ମାଟିରେ ଓଡିଆଇ ଏବଂ ଟେଷ୍ଟ ସିରିଜ୍ ହାରିବା ପରେ ଏବେ ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ଆଙ୍ଗୁଠି ଉଠାଯାଉଛି। ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ନୂତନ ଅଧ୍ୟକ୍ଷ ନଜମ ସେଠୀ ଖୁବ ଶୀଘ୍ର ବାବରଙ୍କୁ ତିନୋଟି ଫର୍ମାଟ(ଟେଷ୍ଟ, ଦିନିକିଆ ଓ ଟି-୨୦)ର ଅଧିନାୟକତ୍ୱରୁ ହଟାଇ ପାରନ୍ତି।
ଏହି ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ବାବର ଆଜାମଙ୍କ ପାଇଁ ଆଉ ଏକ ବଡ ସମସ୍ୟା ଉପୁଜିଛି। ଏହା ମଧ୍ୟ ଦାବି କରାଯାଉଛି ଯେ, ବାବର ହନିଟ୍ରାପର ଶିକାର ହୋଇଛନ୍ତି। ଟ୍ବିଟରରେ @ନୀରବମୋଦୀ ଆକାଉଣ୍ଟରୁ ଏକ ଭିଡିଓ ଏବଂ ଫଟୋ ସେୟାର କରାଯାଇଛି। ଦାବି କରାଯାଉଛି ଯେ, ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ବାବର ଆଜମ ଏବଂ ସେ ଜଣେ ଝିଅ ସହିତ ଭିଡିଓ ଚାଟିଂ କରୁଛନ୍ତି। ଏହି ଟ୍ବିଟରେ ଆଉ ଏକ ଇନଷ୍ଟାଗ୍ରାମ ପୋଷ୍ଟର ସ୍କ୍ରିନସଟ ମଧ୍ୟ ସେୟାର କରାଯାଇଛି।