ଦୁର୍ଘଟଣା ହୋଇ ଜଳି ଯାଇଥିବା କାଠମାଣ୍ଡୁ ବିମାନ ଏଟିଆର ୭୨ର ବ୍ଲାକ ବକ୍ସ ମିଳିଲା

କାଠମାଣ୍ଡୁ: ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିବା ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି । ଏହି ବିମାନ ଦୁର୍ଘଟଣାରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସବୁକିଛି ଠିକଠାକ ଥିବବେଳେ ଅବତରଣର ମୋଟ ୧୦ ମିନିଟ ପୂର୍ବରୁ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଏ ପର୍ଯ୍ୟନ୍ତ ଜଣା ପଡ଼ି ନ ଥିବାବେଳେ ମିଳିଥିବା ବ୍ଲାକ ବକ୍ସରୁ ଜଣାପଡିବ ପ୍ରକୃତ ତଥ୍ୟ ।

ବିମାନ ଦୁର୍ଘଟଣାଗସ୍ତ ହେବା ପରେ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେଶନ ଚଳାଇଥିଲେ । ଦୁଇଟି ଇଞ୍ଜିନ ଥିବା ଏଟିଆର ୭୨ କାଠମାଣ୍ଡୁରୁ ଯାତ୍ରୀଙ୍କୁ ନେଇ ପୋଖରା ଅଭିମୁଖେ ଯାଉଥିଲା । ସେଠାରେ ଅବତରଣ କରିବା ସମୟରଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା କାହିଁକି ଘଟିଲା ଏବଂ କେଉଁ ପରିସ୍ଥିତିରେ ଘଟିଲା ତାହା ବ୍କାକ ବକ୍ସରୁ ହିଁ ଜଣାପଡିବ ।

ବିମାନଟି ଗତକାଲି ରାତି ୧୦:୩୩ ମିନିଟରେ କାଠମାଣ୍ଡୁ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିଲା । େପାଖରା ବିମାନ ବନ୍ଦରରେ ଓହ୍ଲାଇବାର ଠିକ ୧୦ ସେକେଣ୍ଡ ପୂର୍ବରୁ ସେତି ନଦୀ ନିକଟରେ ଖସିପଡ଼ି ଜଳି ଯାଇଥିଲା । ଏଥିରେ ଥିବା ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ଏହି ବିମାନକୁ ଫ୍ରାନ୍ସ ଏବଂ ଇଟାଲି ବିମାନ ନିର୍ମାତା ଏଠିଆର ଦ୍ୱାରା ବିକସିତ କରାଯାଇଛି । ନେପାଳରେ ଏଟିଆର-୭୨ ପ୍ରଥମଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ନେପାଳ ଇତିହାସରେ ଏହା ତୃତୀୟ ଭୟଙ୍କର ଦୁର୍ଘଟଣା ।

ରବିବାର ଦିନ ପ୍ରାୟ୧୧ଟା ବେଳେ ପୋଖରାର ସେତୀ ନଦୀ କୂଳରେ ୟେତି ଏୟାରଲାଇନ୍ସର ଯାତ୍ରିବାହୀ ବିମାନ କ୍ରାଶ ହୋଇଯାଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯିବାରୁ ଏଥିରେ ଥିବା ସମସ୍ତ ୭୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଥିଲା।

Related Articles

Back to top button