ରୁଷ ଏବଂ କ୍ରିମିୟାକୁ ଯୋଡୁଥିବା ବ୍ରିଜରେ ବିସ୍ଫୋରଣ

ନୂଆଦିଲ୍ଲୀ: ରୁଷ ଏବଂ କ୍ରିମିୟାକୁ ଯୋଡୁଥିବା ଏକ ବ୍ରିଜରେ ଶନିବାର ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଛି । ରୁଷ ଅଧିକାରୀ କହିଛନ୍ତି, ପୋଲ ଉପରେ ଥିବା ଗୋଟିଏ ଟ୍ରକରେ ବୋମା ବିସ୍ଫୋରଣ ପରେ ଏହି ନିଆଁ ଲାଗିଛି । ନିଆଁ ଲାଗିବା ସମୟର ଏକ ଭିଡିଓ ସାମନାକୁ ଆସିଛି । ଏଥିରେ ବ୍ରିଜ ଉପରେ ଧୂଆଁର ଚାଦର ଦେଖିବାକୁ ମିଳୁଛି । ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର ପୂର୍ବରେ ଥିବା ସହର ଖାରକିଭରେ ବହୁ ଶକ୍ତିଶାଳୀ ବିସ୍ଫୋରଣ କରାଯାଇଥିଲା ।

ରୁଷ ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ସମିତି ଅନୁସାରେ ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ନିଆଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଛି । ବିଜ୍ରର ଦୁଇ ପାଖରେ ଆଶିଂକ କ୍ଷତି ପହଞ୍ଚିଛି । ଏହି ଘଟଣା ପରେ ଟ୍ରାଫିକ୍ ନିଲମ୍ୱିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ବ୍ରିଜ୍ ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ଯୁଦ୍ଧ ମଧ୍ୟରେ ଗତ ବୁଧବାର ୟୁକ୍ରେନର ଚାରୋଟି ବଡ଼ ସହରକୁ ରୁଷରେ ସାମିଲ କରାଇବା ନେଇ ଦସ୍ତାବିଜ ଉପରେ ହସ୍ତାକ୍ଷର କରିଥିଲେ। ଏଥିରେ ୟୁରୋପର ସବୁଠୁ ବଡ଼ ପରମାଣୁ ଉର୍ଜା ପ୍ଲାଣ୍ଟ ଜାପୋରିଜିଜିଆ ସାମିଲ ରହିଛି । ଏହାର ରିଏକ୍ଟରକୁ ଗତ ମାସରେ ବନ୍ଦ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହାରେ କ୍ରିମିୟା ଉପରେ ରୁଷ କବଜା କରିଥିଲା ଏବଂ ୟୁକ୍ରେନ ସହ ଯୁଦ୍ଧରେ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା।

Related Articles

Back to top button