ପୁଣି ଆଉ ଏକ ନୂଆ ଭୂତାଣୁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି ଚିନ୍ ରେ।
ପୁଣି ଆଉ ଏକ ନୂଆ ଭୂତାଣୁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି ଚିନ୍ ରେ। ଏହାର ନାମ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (ଏଚ୍ଏମ୍ପିଭି)। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହସ୍ପିଟାଲଗୁଡିକ ଫୁଲ୍ ହୋଇଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବାରୁ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଗହଳି ଲାଗିଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଚୀନ୍ରେ ଜରୁରୀକାଳୀନ ସ୍ଥିତି କାର୍ଯ୍ୟକାରୀ ହୋଇଥିବା ଦାବି କରାଯାଉଛି। ତେବେ ଏ ନେଇ ଚୀନ୍ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।ଲୋକେ ଏହାକୁ କରୋନା-୨ ବୋଲି କହୁଛନ୍ତି। ଏଚଏମ୍ପିଭି ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି।