
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିଛି ପୋଲିସ । ଇସଲାମାବାଦ ହାଇକୋର୍ଟ ବାହାରୁ ପିଟିଆଇର ମୁଖ୍ୟ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନ୍ ଗିରଫ କରି ନିଜ କଷ୍ଟୋଡିକୁ ନେଇଛି ପାକିସ୍ତାନ ରେଞ୍ଜର୍ସ । ଇମ୍ରାନଙ୍କ ଗିରଫ ଏବେ ସାରା ଦେଶରେ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଛି ।