କିୱି ଖାଆନ୍ତୁ , ଦୂରେଇ ରହିବ ଏସବୁ ରୋଗ

ହାଇଦ୍ରାବାଦ: ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଫଳ ବେଶ୍ ଉପକାରୀ ହୋଇଥାଏ । ସେଥି ମଧ୍ୟରୁ କିୱି ଫଳ ଅନ୍ୟତମ । ଏହାକୁ ଏକ ମେଡିସିନ୍ କହିଲେ ମଧ୍ୟ କିଛି ଭୁଲ୍ ହେବ ନାହିଁ । କାରଣ ଏହି ଫଳ ବିଭିନ୍ନ ପ୍ରକାର ରୋଗକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ । ଯେଉଁ ବ୍ୟକ୍ତିମାନେ ରକ୍ତଚାପ, ମେଦ ବହୁଳତା, କ୍ୟାନସର ଓ ହୃଦରୋଗ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ବେଶ୍ ଲାଭଦାୟକ କିୱି।

ଯଦି ଆପଣଙ୍କ ଚର୍ମ ସମ୍ବନ୍ଧୀୟ ରୋଗ ଅଛି ତେବେ ମଧ୍ୟ କିୱି ଫଳ ଖାଇବା ଦ୍ବାରା ଉପଶମ ମିଳିଥାଏ । କିୱିରେ ଆଣ୍ଟି ମାଇକ୍ରୋବ୍ୟାକ୍ଟେରିଆଲ ଓ ରୋଗ ପ୍ରତିରୋଧକ ଶକ୍ତି ଭରପୂର ମାତ୍ରାରେ ରହିଛି । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ପ୍ରଚୁର ପରିମାଣରେ କିୱି ଖାଇବାକୁ କୁହାଯାଏ । କ୍ବିୱି ଖାଇବା ଦ୍ବାରା ଶରୀରରେ ଆଇରନ ଅଭାବ ଦୂର ହୋଇଥାଏ ।

କିୱିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଛି । ଏହାସହ ଭିଟାମିନ ଏ, ଭିଟାମିନ କେ ଓ ଭିଟାମିନ ଇ ମଧ୍ୟ ଏଥିରେ ରହିଛି । ଏହି ଫଳରେ କ୍ୟାଲସିୟମ, ମ୍ୟାଗନେସିୟମ ଓ ଫସଫରସ ମାତ୍ରାଧିକ ପରିମାଣରେ ରହିଥାଏ । ହଜମ କ୍ରିୟାରେ ସାହାଯ୍ୟ କରେ କ୍ବିୱି । ଆସ୍ତମା ରୋଗୀମାନଙ୍କୁ ଏହି ଫଳ ଖାଇବାକୁ ଦିଆଯାଏ । କାରଣ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ତେବେ କିୱି ଏକ ବିଦେଶୀ ଫଳ । ଏହି ଫଳ ଆକାରରେ ଟିକେ ବଡ ହୋଇ ଥିବାବେଳେ ବହୁତ ସୁସ୍ବାଦୁ ହୋଇଥାଏ । ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀର ନାମ ଅନୁସାରେ ଏହାର ନାମକରଣ କିୱି ରଖାଯାଇଛି । ନିମ୍ନରେ କ୍ବିୱି ଉପକାରିତା ବାବଦରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି…

ଚର୍ମ ପାଇଁ କିୱି: ଚର୍ମକୁ ଉଜ୍ଜ୍ୱଳ କରିବାରେ କିୱି ପ୍ରଭାବଶାଳୀ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଚର୍ମ ପାଇଁ ଲାଭଦାୟକ ହୋଇପାରେ । କିୱି ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିପାରେ । ଭିଟାମିନ୍ ସି ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଅଲଟ୍ରାଭାଇଓଲେଟ୍ (UV) ରଶ୍ମି ଦ୍ବାରା ଚର୍ମର କ୍ଷତି ହ୍ରାସ କରିବାକୁ ଭିଟାମିନ୍ ସି ଲାଭଦାୟକ । ତେଣୁ କିୱିରେ ଥିବା ଭିଟାମିନ୍ ସି ଆପଣଙ୍କ ତ୍ବଚା ପାଇଁ ବେଶ୍ ଲାଭଦାୟକ ।

ମଧୁମେହ ପାଇଁ କିୱି: ସାଧାରଣ ଫଳ ଖାଇବା ପାଇଁ ମଧୁମେହ ରୋଗୀଙ୍କୁ ବାରଣ କରାଯାଇ ଥିଲେ ମଧ୍ୟ ଏହି ରୋଗୀମାନଙ୍କ ପାଇଁ କିୱି ଲାଭଦାୟକ ।

ରକ୍ତଚାପ: ଯଦି ଆପଣ ରକ୍ତଚାପ ରୋଗୀ ତେବେ ଆପଣ କିୱି ଖାଇପାରିବେ । କିୱିରେ ପ୍ରୋଟିନ୍, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟର ଉପାଦାନ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

କୋଲେଷ୍ଟ୍ରଲ: ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହେତୁ ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଖାଦ୍ୟରେ କିୱି ଅନ୍ତର୍ଭୁକ୍ତ କରିବା ଦ୍ବାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇପାରେ ।

ହଜମ: ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ କିୱି ଉପକାରୀ ବୋଲି ବିବେଚନା କରାଯାଏ । କିୱି ଫାଇବରରେ ଭରପୂର, ଯାହା କୋଷ୍ଠକାଠିନ୍ୟ, ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦେଇଥାଏ ।

Related Articles

Back to top button