ଦିଲ୍ଲୀ ଏଲଜିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିସୋଡିଆ
ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏବେ ଏଲଜି ବିନୟ କୁମାର ସକ୍ସେନା ଏବଂ ଆପ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ଏଲଜି ଆପର ଦୁର୍ନୀତି ନେଇ ଗୋଟିଏ ପରେ ଗୋଟିଏ ତଦନ୍ତ ନିର୍ଦ୍ଦେଶ ଦେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ । ସେ ଏକ ପତ୍ର ମାଧ୍ୟମରେ ଏଲଜିଙ୍କୁ ଜଣାଇଛନ୍ତି ଯେ, ଆପଣଙ୍କ ସମସ୍ତ ଆଦେଶ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସେ ଯାହା ବି କିଛି ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି ତାହା ବେଆଇନ ଏବଂ ଅଣସାମ୍ବିଧାନିକ ।
ଆପଣ କେବଳ ଜମି, ପୋଲିସ, ପବ୍ଲିକ ଅର୍ଡର ଏବଂ ସେବା ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ଅଧିକାର ରଖିଛନ୍ତି । ଆପଣ ଯାହା ବି କିଛି ନିର୍ଦ୍ଦେଶ ଦେଇଛନ୍ତି ସେଥିରେ କିଛି ବାହାରି ନାହିଁ । ସିସୋଡିଆଙ୍କ ଏହି ଚିଠି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ସାଜିଛି ।