ବୋନସ ଓ ଗିଫ୍ଟରେ ମିଳୁଥିବା ଟଙ୍କା ଉପରେ ଲାଗିବ ଟ୍ୟାକ୍ସ

ନୂଆଦିଲ୍ଲୀ: ପାଖେଇ ଆସୁଛି ଦୀପାବଳି। ଲୋକେ ଲମ୍ବା ଛୁଟିରେ ଯିବାକୁ ପ୍ରସ୍ତୁତି କରୁଛନ୍ତି। ଦୀପାବଳି ଅବସରରେ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ଉପହାର ଓ ବୋନସ ଦେଇଥାନ୍ତି। କେବେ କେବେ ବୋନସରେ କର୍ମଚାରୀଙ୍କୁ ମୋଟାରକମର ଅର୍ଥ ମଧ୍ୟ ମିଳିଥାଏ। ଏଥିରେ ବୋନସ ଓ ଗିଫ୍ଟ ଉପରେ ଟ୍ୟାକ୍ସକୁ ନେଇ ପ୍ରଶ୍ନଉଠିବା ସ୍ୱଭାବିକ। ଗିଫ୍ଟ ଓ ବୋନସ ଲାଗି କର୍ମଚାରୀଙ୍କୁ ଟ୍ୟାକ୍ସ ଦେବାକୁ ପଡିବ କି ନା ଆୟକର ବିଭାଗ ଏଥିପାଇଁ କୌଣସି ସୀମା ଧାର୍ଯ୍ୟ କରିଛନ୍ତି କି? ତେବେ ଆସନ୍ତୁ ଜାଣିବା ଟ୍ୟାକ୍ସକୁ ନେଇ କିଛି ଜରୁରି ପ୍ରଶ୍ନର ଉତ୍ତର ।

ଏକ୍ସପର୍ଟଙ୍କ ଅନୁସାରେ ଆର୍ଥିକ ବର୍ଷରେ କମ୍ପାନୀଙ୍କ ପକ୍ଷରୁ ମିଳୁଥିବା ୫ ହଜାର ଟଙ୍କା ଅଥବା ଏହାଠୁ କମ ଭାଉଚର ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି। ଯଦି ଉପହାର ୫ ହଜାର ଟଙ୍କାରୁ ଅଧିକ ହୁଏ ତେବେ ଏହାକୁ ବାର୍ଷିକ ମୋଟ ଆମଦାନୀ ସହ ଯୋଡି ହିସାବ କରାଯିବ। ଏଥିରେ ମୋଟ ଆୟ ଉପରେ ଆୟକର ଆଦାୟ କରାଯିବ।

ଯଦି ଆପଣଙ୍କୁ ଦୀପାବଳି ବେଳେ ୫ ହଜାର ଟଙ୍କା ବୋନସ ଓ କ୍ରିସମାସରେ ୩ ହଜାର ଟଙ୍କାର ଉପହାର ମିଳେ ତେବେ ୩ହଜାରର ଉପହାର ଉପରେ ଶୁଳ୍କ ଦେବାକୁ ପଡିବ। କିଛି କମ୍ପାନୀ ଗିଫ୍ଟ ବଦଳେ ଦୀପାବଳିରେ ବୋନସ ଦେଇଥାନ୍ତି। ବୋନସକୁ କର୍ମଚାରୀଙ୍କ ବେତନର ଏକ ଅଂଶ ମନେ କରାଯାଏ। ଏଣୁ ଏହା ଉପରେ କର ଦେବାକୁ ପଡିଥାଏ।

Related Articles

Back to top button