ନିର୍ବାଚନ କମିଶନଙ୍କ ନ୍ୟାଶନାଲ ଆଇକନ ହେଲେ ଅଭିନେତା ପଙ୍କଜ ତ୍ରିପାଠୀ

ନୂଆଦିଲ୍ଲୀ: ନିଜର ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ପଙ୍କଜ ତ୍ରିପାଠୀ । ବଲିଉଡ ଚଳଚ୍ଚିତ୍ର ସହ ଓଟିଟି ପ୍ଲାର୍ଟଫର୍ମରେ ବିଭିନ୍ନ ୱେବସିରିଜ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପଙ୍କଜ ତ୍ରିପାଠୀଙ୍କୁ ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଏ ନେଇ ଇସି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଘୋଷଣା କରିଛନ୍ତି ।

ନିର୍ବାଚନ ବେଳେ ଭୋଟ ପ୍ରତିଶତ ବୃଦ୍ଧି ଏବଂ ଶତ ପ୍ରତିଶତ ମଦତାନର ପ୍ରଚାର କରିବା ପାଇଁ ନିର୍ବାଚନ ଅଧିକାରୀ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଚେହେରାଙ୍କୁ ନ୍ୟାସନାଲ ଆଇକନ ବା ବ୍ରାଣ୍ଡ ଆମ୍ବାସଡର କରିଥାନ୍ତି । 2014 ନିର୍ବାଚନ ପାଇଁ ଆୟୋଗ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଚେତଶ୍ବର ପୂଜାରଙ୍କୁ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ବ୍ରାଣ୍ଡ ଆମ୍ବାସଡର କରିଥିଲେ ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କୁ ମଧ୍ୟ ଇସି ବ୍ରାଣ୍ଡ ଆମ୍ବାସଡର କରିଥିଲେ । ଆଗାମୀ ନିର୍ବାଚନ ପାଇଁ ଅଭିନେତା ପଙ୍କଜଙ୍କୁ ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ପୂର୍ବରୁ ବିହାର ରାଜ୍ୟ ଆଇକନ ଥିଲେ ପଙ୍କଜ ତ୍ରିପାଠୀ । ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଙ୍କଜ କାର୍ଯ୍ୟ କରିବ ।

ସୋମବାର  6 ରାଜ୍ୟର 7 ବିଧାନସଭା ଆସନରେ ଉପନାର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏ ନେଇ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି । ସମସ୍ତ 6 ରାଜ୍ୟରେ 7 ବିଧାନସଭା ଆସନରେ ନଭେମ୍ବର 3ରେ ଉପନିର୍ବାଚନ ଅନୁଷ୍ଠିତ ହେବ । 6ରେ ଫଳ ପ୍ରକାଶ ପାଇବ । ଉପନିର୍ବାଚନ ହେବାକୁ ଥିବା 6 ରାଜ୍ୟଗୁଡିକ ହେଲା ଓଡିଶା, ବିହାର, ତେଲେଙ୍ଗାନା, ହରିୟାଣା, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ । ଏହି ଉପନିର୍ବାଚନ ଓଡିଶାର ଧାମନଗର, ବିହାରର ମୋକିମ ଏବଂ ଗୋପାଳଗଞ୍ଜ. ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୌଡ, ଉତ୍ତରପ୍ରଦେଶର ଗୋଲା ଗୋକରନନାଥ ବିଧାନସଭା କ୍ଷେତ୍ରରେ ହେବ ।

Related Articles

Back to top button