ମଣିଷ ବୋହିବ ଡ୍ରୋନ ବରୁଣ, ଶକ୍ତିଶାଳୀ ହେବ ଭାରତୀୟ ନୌସେନା

COUNTRYS FIRST HUMAN CARRYING DRONE VARUNA DEVELOPED BY THE INDIAN STARTUP

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ମଣିଷ ବୁହା ଡ୍ରୋନ ଦ୍ବାରା ସଶକ୍ତ ହେବ ନୌସେନା । ମଣିଷକୁ ନେଇ ଉଡିବ ଡ୍ରୋନ । ଦେଶର ପ୍ରଥମ ମଣିଷ ବୁହା ଡ୍ରୋନ ହେଉଛି ବରୁଣ । ଏହାକୁ ତିଆରି କରିଛନ୍ତି ଇଣ୍ଡିଆ ସ୍ଟାର୍ଟଅପ ସାଗର ଡିଫେନ୍ସ ଇଞ୍ଜିନିୟରିଂ । ଖୁବଶୀଘ୍ର ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

ଡ୍ରୋନ ତ ଆପଣ ଦେଖିଥିବେ ମାତ୍ର ଭାରତରେ ଏବେ ଏପରି ଏକ ଡ୍ରୋନ ଅଛି ଯେଉଁଥିରେ ମଣିଷ ଉଡିପାରିବେ । ଏହି ଡ୍ରୋନ ମଣିଷକୁ ନେଇ ଉଡିବାକୁ ସକ୍ଷମ । ଯାହାର ନାମ ବରୁଣ ରଖାଯାଇଛି । ଏହା ପ୍ରଥମ ମାନବବାହୀ ଡ୍ରୋନ ହେବ । ଏହା ପାଖାପାଖି 100 କିଲୋଗ୍ରାମ ଓଜନ ନେଇ ଆକାଶରେ ଉଡିପାରିବ । ଏହାକୁ ଆଗାମୀ ଦିନରେ ଭାରତୀୟ ନୌସେନାରେ ସାମିଲ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନାଅନୁସାରେ ଡ୍ରୋନ ବରୁଣ ଭାରତୀୟ ସ୍ଟାର୍ଟଅପ ସାଗର ଡିଫେନ୍ସ ଇଞ୍ଜିନିୟରିଂ ଦ୍ବାରା ବିକଶିତ ହୋଇଛି । ଏହା ଦେଖିବାକୁ ହେଲିକପ୍ଟର ପରି ହୋଇଛି । ଦୁଇ ପାଖରେ ଛୋଟ ଛୋଟ ପଙ୍ଖା ରହିଛି । ଏଥିରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ରହିଛି । 25ରୁ30 କିଲୋମିଟର ଦୂରତା ସହିତ ପ୍ରାୟ 30 ମିନିଟ୍ ଯାଏଁ ଉଡିପାରିବ । 500ମିଟର ଉଚ୍ଚକୁ ଉଡିପାରିବ । ଉଡିବା ସମୟରେ କିଛି ତ୍ରୁଟି ଥିଲେ ଏଥିରେ ଥିବା ପାରାଚ୍ୟୁଟ୍‌ ଦ୍ବାରା ତଳକୁ ଆସିପାରିବ ବୋଲି ସୂଚନା ଦେଇଛନ୍ତି ସାଗର ଡିଫେନ୍ସ ଇଞ୍ଜିନିୟରିଂ ପ୍ରତିଷ୍ଠାତା ।

ଶତ୍ରୁକୁ ମାତ ଦେବା ପାଇଁ ଭାରତୀୟ ତିନି ସେନାକୁ ଅଧିକ ଶକ୍ତିଶାଳୀ କରାଯାଉଛି । ନିକଟରେ ବାୟୁସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଲସିଏଚ ‘ପ୍ରଚଣ୍ଡ’ । 22 ବର୍ଷ ତଳେ ଭାରତ ଯେଉଁ ସ୍ବପ୍ନ ଦେଖିଥିଲା ତାକୁ ପୂରଣ କରଛି । ପ୍ରଥମ ବ୍ୟାଚରେ ବାୟୁସେନାକୁ 4ଟି ଏଲସିଏଚ (Light Combat Helicopter) ମିଳିଛି । ଏହା ହାଲ ଦ୍ବାରା ନିର୍ମିତ ହୋଇଛି । ଏହାର ଓଜନ 5.8 ଟନ ରହିିଛି । ମିନିଟରେ 750 ଗୁଳିଗୋଳା ମାଡ଼ କରିପାରିବ ପ୍ରଚଣ୍ଡ ।

Related Articles

Back to top button