ସିବିଆଇର ‘ଅପରେଶନ ଚକ୍ର’: ୧.୫ କୋଟି ଟଙ୍କା, ୧.୫ କେଜି ସୁନା ଜବତ

ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ‘ଅପରେଶନ ଚକ୍ର’ ମାଧ୍ୟମରେ ଦେଶରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ଦେଶର ୧୦୫ଟି ସ୍ଥାନରେ ଚଢାଉ କରି ଇଣ୍ଟରନେଟ୍‌ ଆର୍ଥିକ ଠକେଇ ମାମଲାରେ ଜଡିତ ଥିବା ସାଇବର୍‌ ଅପରାଧୀଙ୍କ ନାମରେ ୧୧ଟି ମାମଲା ରୁଜୁ କରିଛି। ସିବିଆଇ ରାଜସ୍ଥାନର ରାଜସାମଣ୍ଡ ଜିଲାରୁ ୧.୫ କୋଟି ଟଙ୍କା ଏବଂ ୧.୫ କିଲୋଗ୍ରାମ ସୁନା ଜବତ କରିଛି। ଅହମ୍ମଦାବାଦ ଏବଂ ପୁଣେସ୍ଥିତ ଦୁଇଟି କଲ୍‌ ସେଣ୍ଟରରେ ମଧ୍ୟ ଚଢାଉ କରାଯାଇଛି। ଏଫ୍‌ବିଆଇ, ଇଣ୍ଟରପୋଲ, ରୟାଲ କାନାଡୀୟ ମାଉଣ୍ଟ ପୋଲିସ ଏବଂ ଅଷ୍ଟ୍ରେଲିଆ ଫେଡେରାଲ ପୋଲିସର ଇନ୍‌ପୁଟକୁ ଆଧାର କରି ଏହି ଅପରେଶନ ଚାଲିଛି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଅପରେଶନ ଅଧୀନରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୪ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଦିଲ୍ଲୀରେ ୫ଟି, ଚଣ୍ଡିଗଡ଼ରେ ୩ଟି ଏବଂ ପଞ୍ଜାବ, କର୍ନାଟକ ଏବଂ ଆସାମରେ ଦୁଇଟି ସ୍ଥାନରେ ଚଢାଉ କରାଯାଇଛି। ଆଗକୁ ଏହି ଚଢାଉ ଜାରି ରହିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Related Articles

Back to top button