ଭସାଣିକୁ ନେଇ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏଥିପାଇଁ ୨୮ଟି ଗାଇଡ୍‌ଲାଇନ ଜାରି କରାଯାଇଛି। ଯେମିତି କି ୧୦୦ ମିଟର ଜୋନ୍‌ ଭିତରେ ଲୋକେ ରହି ପାରିବେ ନାହିଁ, ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ହିଁ ଆୟୋଜକମାନେ ବାଣ କିଣିଥିବେ। ସୁରକ୍ଷା ଦୃଷ୍ଟିରୁ ବାରିକେଡ୍‌ର ବ୍ୟବସ୍ଥା କରାଯାଇଛି।

ସେହିପରି ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି। ସବୁ କମିଟି ପାଇଁ ସ୍ବତନ୍ତ୍ର ରୁଟ୍‌ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ସମସ୍ୟା ନ ଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି। ଭସାଣି ସମୟରେ ରାଜଧାନୀରେ ୧୭ ପ୍ଲାଟୁନରୁ ଉର୍ଦ୍ଧ ପୋଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି ରହିବେ। ୬୫ ଡେସିବେଲରୁ ଅଧିକ ଶବ୍ଦରେ ଡିଜେ ବଜାଇବା ବାରଣ ରହିଛି।

Related Articles

Back to top button