ତାମିଲ ଟିଭି ଅଭିନେତା ଲୋକେଶ ରାଜେନ୍ଦ୍ରନଙ୍କ ଆତ୍ମହତ୍ୟା

ଚେନ୍ନାଇ: ତାମିଲ ଟିଭି ଅଭିନେତା ଲୋକେଶ ରାଜେନ୍ଦ୍ରନଙ୍କ ଆତ୍ମହତ୍ୟା । ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି । ତାମିଲର ଲୋକପ୍ରିୟ ଧାରାବାହିକ ମାରମାଦେଶମରେ ଲୋକେଶ ରାଜେନ୍ଦ୍ରନ ଶିଶୁ କଳାକାର ଭାବେ ପ୍ରସିଦ୍ଧ ଲାଭ କରିଥିଲେ । ଏହାପରେ ସେ ତାମିଲ ସିନେମା ଏବଂ ଧାରାବାହିକରେ ଅଭିନୟ କରିଥିଲେ ।

ଲୋକେଶଙ୍କ ବାପାଙ୍କ କହିବା ଅନୁସାରେ, ତାଙ୍କ ପୁଅ ୧୫୦ରୁ ଅଧିକ ଧାରାବାହିକ ଏବଂ ୧୫ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାମିଲର ବହୁ ବଡ଼ କଳାକାରଙ୍କ ସହ ମିଶି ସେ ଅଭିନୟ କରିଛନ୍ତି । ଲୋକେଶ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି ।

ଲୋକେଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବୁଝାମଣା ଅଭାବ ଦେଖା ଦେଇଥିଲା । ଚାରି ଦିନ ପୂର୍ବେ ତାଙ୍କ ପତ୍ନୀ ଛଡପତ୍ର ପାଇଁ ନୋଟିସ୍ ପଠାଇଥିଲେ ବୋଲି ଲୋକେଶଙ୍କ ବାପା କହିଛନ୍ତି । ଏହି କାରଣରୁ ସେ ମାନସିକ ଚାପରେ ରହୁଥିଲେ । ଶେଷ ଥର ପାଇଁ ଶୁକ୍ରବାର ଦେଖା ହୋଇଥିଲା ଏବଂ କିଛି ଟଙ୍କା ଦରକାର ଥିବା ସେ କହିଥିଲା । ଜଣେ ଏଡିଟର ଭାବେ ସେ କାମ ଆରମ୍ଭ କରିବ ବୋଲି ଆମକୁ କହିଥିଲା ବୋଲି ଲୋକେଶଙ୍କ ବାପା କହିଛନ୍ତି ।

ପୋଲିସ ସୂଚନା ଅନୁସାରେ, ପାରିବାରିକ ସମସ୍ୟା ଯୋଗୁଁ ଲୋକେଶ ଅଧିକ ମଦ ପିଉଥିଲେ । ଚେନ୍ନାଇ ବସ ଷ୍ଟାଣ୍ଡରେ ତାଙ୍କୁ ଅଚେତ୍ ଅବସ୍ଥାରେ ଥିବା ଲୋକେ ଦେଖିଥିଲେ । ଏହାପରେ ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ସରକାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ସିଆରପିସିର ଧାରା ୧୭୪ ଅଧିନରେ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି।

Related Articles

Back to top button